ମସ୍କୋ: ଋଷର ଉପ ପ୍ରଧାନମନ୍ତ୍ରୀ ୟୁରୀ ଟ୍ରୁଟନେଭ୍ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନଙ୍କ ଗସ୍ତର ଏକ ଅଂଶ ଭାବରେ ୟୁରୀ ପୂର୍ବ ଦେଶର ଯାତ୍ରାରେ ଯିବାର ଥିଲା । ତେବେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି ।
ଯାତ୍ରା ପୂର୍ବରୁ ୟୁରୀଙ୍କର କୋରୋନା ପରୀକ୍ଷଣ କରାଯାଇଥିଲା। ତେବେ ତାଙ୍କର କୋରୋନା ପରୀକ୍ଷଣ ସକାରାତ୍ମକ ଥିବା ଜଣାପଡିଥିଲା ।
ଋଷରେ ଗତ 24 ଘଣ୍ଟା ମଧ୍ୟରେ 5,102 ଟି ନୂଆ କୋରୋନା ମାମଲା ରେକର୍ଡ ହୋଇଛି । ଏହାକୁ ମିଶାଇ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 902,701 କୁ ପହଞ୍ଚିଛି । ସେହିପରି ଦେଶରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 15,231କୁ ପହଞ୍ଚିଛି।