ETV Bharat / international

ମହାକାଶରେ ସରିଲା 'ଦି ଚ୍ୟାଲେଞ୍ଜ'ର ସୁଟିଂ, ଫେରିଲା ଟିମ

ପ୍ରଥମ ଥର ପାଇଁ ମହାକାଶରେ ଫିଲ୍ମ ସୁଟିଂ କରି ଇତିହାସ ସୃଷ୍ଟି କରିଛି ଋଷ । ମହାକାଶରେ ୧୨ଦିନରେ ରହ ଫିଲ୍ମର ୪୦ ମିନିଟ ସୁଟିଂ ସାରି ଫେରିଛି ଟିମ । ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଥିଲେ । ଅଧିକ ପଢନ୍ତୁ...

ମହକାଶରେ ସରିଲା ଫିଲ୍ମ 'ଦି ଚ୍ୟାଲେଞ୍ଜ'ର ସୁଟିଂ

author img

By

Published : Oct 18, 2021, 12:14 PM IST

ମସ୍କୋ: ମହାକାଶରେ ଶେଷ ହୋଇଛି ଫିଲ୍ମ 'ଦି ଚ୍ୟାଲେଞ୍ଜ'ର ସୁଟିଂ । ପ୍ରଥମ ଥର ପାଇଁ ମହାକାଶରେ ଫିଲ୍ମ ସୁଟିଂ କରି ଇତିହାସ ସୃଷ୍ଟି କରିଛି ଋଷ । ମହାକାଶରେ ୧୨ ଦିନ ରହି ଫିଲ୍ମର ୪୦ମିନିଟ ସୁଟିଂ ସାରି ଫେରିଛି ଟିମ । ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଥିଲେ ।

ଫିଲ୍ମ ଦି ଚ୍ୟାଲେଞ୍ଜ ହେଉଛି ପ୍ରଥମ ଫିଲ୍ମ ଯାହା ମହାକାଶରେ ସୁଟିଂ ହୋଇଛି । କାହାଣୀର ପାଖାପାଖି ୪୦ ମିନିଟ ସ୍ପେସରେ ସୁଟିଂ ହୋଇଛି । ଫିଲ୍ମରେ ୩୭ ବର୍ଷୀୟ ୟୁଲିୟା ପେରେସିଲ୍ଡ ଏବଂ ୩୮ ବର୍ଷୀୟ ନିର୍ଦ୍ଦେଶକ କ୍ଲିମ ସିପୋଙ୍କୋ ରକେଟ ଯୋଗେ ମହାକାଶକୁ ଯାଇଥିଲେ ।

  • Friends, hello from the @Space_Station!

    I congratulate @novitskiy_iss, Klim and Julia on their successful return to Earth! Our ISS crew followed and worried! It was a pleasure for me to work with you for 12 days 😉

    The 66th expedition begins at the ISS. Let's stay in touch! pic.twitter.com/GdgE8VPqE2

    — Anton Shkaplerov (@Anton_Astrey) October 17, 2021 " class="align-text-top noRightClick twitterSection" data=" ">

ସୁଟିଂ ସରିବା ପରେ ଜଣେ ମହାକାଶଚାରୀ ଏବଂ ଦୁଇଜଣ ଋଷ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ସୋୟୁଜ୍ ମହାକାଶ ଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡି ପୃଥିବୀ ଅଭିମୁଖେ ଯାତ୍ରା କରିଛନ୍ତି । ରକେଟରେ ଓଲେଗ ନୋଭିଟସ୍କି, ୟୁଲିଆ ପେରେସିଲ୍ଡ ଏବଂ କ୍ଲିମ ସିପେଙ୍କୋ ଅଛନ୍ତି ।

ଅଭିନେତ୍ରୀ ପେରେସିଲ୍ଡ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିପେଙ୍କୋ ଅକ୍ଟୋବର ୫ ରେ ଫିଲ୍ମ ସୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ । ସ୍ପେସ୍ ଷ୍ଟେସନରେ ୬ ମାସରୁ ଅଧିକ ସମୟ ବିତାଇଥିବା ନୋଭିତ୍ସକି ଏହି ଫିଲ୍ମରେ ଜଣେ ଅସୁସ୍ଥ ମହାକାଶଚାରୀ ଭୂମିକାରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.