ମସ୍କୋ: ରୁଷ 2025 ମସିହା ସୁଦ୍ଧା ଭାରତକୁ ଏସ-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇବ । ଏ ସଂପର୍କରେ ମସ୍କୋ ରାଷ୍ଟ୍ରଦୂତ ରୋମନ ବାବୁସ୍କିନ ଶୁକ୍ରବାର ପ୍ରକାଶ କରିଛନ୍ତି । ଭାରତୀୟଙ୍କ ସୁରକ୍ଷା ପାଇଁ ଏହି ପ୍ରଣାଳୀ ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ସମୟ ମଧ୍ୟରେ ଏସ-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇବା ପାଇଁ ଉଭୟ ପକ୍ଷ ପ୍ରତିଚୁକ୍ତି କରିଛନ୍ତି । ଏଥିପାଇଁ ଅର୍ଥ କାରବାର ସଂପର୍କିତ ସମସ୍ୟା ସମାଧାନ ହୋଇଥିବାବେଳେ ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ବାବୁସ୍କିନ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆ ବିଶ୍ବର ଶକ୍ତିଶାଳୀ ପ୍ରତିରକ୍ଷା ଉପକରଣ ଉତ୍ପାଦକ ଭାବରେ ଖ୍ୟାତିଲାଭ କରିଛି । ଯାହା ଭାରତ ପାଇଁ ବେଶ ଉପଯୋଗୀ ହୋଇପାରିବ ।
ଭାରତ 5ଟି ଏସ-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ କିଣିବା ପାଇଁ ରୁଷ ସହ 5.43 ବିଲିୟନର ଚୁକ୍ତି ସ୍ବାକ୍ଷର କରିଛି । ଗତ 2018 ମସିହା ଅକ୍ଟୋବରରେ ନୂଆଦିଲ୍ଲୀରେ ହୋଇଥିବା ଭାରତ- ରୁଷ ଦ୍ବିପାକ୍ଷିକ ସମିଟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।