କିଭ: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଘନଘନ ବୋମା ମାଡକୁ ମିସାଇଲ ବର୍ଷାରେ ଖିନଭିନ ହୋଇଯାଉଛି ୟୁକ୍ରେନ । ଉଭୟ ରାଷ୍ଟ୍ର ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ରାଜଧାନୀ କିଭକୁ ଗୁରୁବାର ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଏହା ସହ ସହରବାସୀଙ୍କୁ ସୁରକ୍ଷିତ ଘରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି ସ୍ଥାନୀୟ ପ୍ରଶାସନ ।
-
⚡️Air raid alert in Kyiv.
— The Kyiv Independent (@KyivIndependent) March 3, 2022 " class="align-text-top noRightClick twitterSection" data="
Residents should go to the nearest shelter.
">⚡️Air raid alert in Kyiv.
— The Kyiv Independent (@KyivIndependent) March 3, 2022
Residents should go to the nearest shelter.⚡️Air raid alert in Kyiv.
— The Kyiv Independent (@KyivIndependent) March 3, 2022
Residents should go to the nearest shelter.
ଯୁଦ୍ଧର ଅଷ୍ଟମ ଦିନରେ ମଧ୍ୟ ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ତେବେ ଗୁରୁବାର କିଭ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ ହୋଇପାରେ । ଏଥିଲାଗି କିଭକୁ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଏ ସମ୍ପର୍କରେ ୟୁକ୍ରେନ ଗଣମାଧ୍ୟମ ସଂସ୍ଥା The Kyiv Independent ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । କେବଳ କିଭ ନୁହେଁ ଅନ୍ୟ ସହର ଯେପରିକି ମିକୋଲେଭ, ଲଭିଭ, ଜାଇଟୋମିର, ଇଭାନୋ-ଫ୍ରାଙ୍କିଭସ୍କ, ଚେର୍ନିହିଭ(Mykolaiv, Lviv, Zhytomyr, Ivano-Frankivsk, Chernihiv)ଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି କରାଯାଇଛି ।
-
⚡️A building of the military faculty of Sumy State University in Ukraine's northeastern city Sumy was shelled this morning by Russian forces, head of the Sumy Regional Military Administration Dmytro Zhyvytsky reported.
— The Kyiv Independent (@KyivIndependent) March 3, 2022 " class="align-text-top noRightClick twitterSection" data="
">⚡️A building of the military faculty of Sumy State University in Ukraine's northeastern city Sumy was shelled this morning by Russian forces, head of the Sumy Regional Military Administration Dmytro Zhyvytsky reported.
— The Kyiv Independent (@KyivIndependent) March 3, 2022⚡️A building of the military faculty of Sumy State University in Ukraine's northeastern city Sumy was shelled this morning by Russian forces, head of the Sumy Regional Military Administration Dmytro Zhyvytsky reported.
— The Kyiv Independent (@KyivIndependent) March 3, 2022
ଏହାରି ମଧ୍ୟରେ ୟୁକ୍ରେନର ଉତ୍ତର-ପୂର୍ବ ସହର ସୁମି(Sumy)ର ସୁମି ଷ୍ଟେଟ ୟୁନିଭର୍ସିଟିର ସାମରିକ ଅଧ୍ୟାପକଙ୍କ ଏକ କୋଠା ଉପରେ ଗୁରୁବାର ସକାଳେ ଋଷର ସେନା ଗୁଳି ବର୍ଷଣ କରିଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ସୁମି ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ Dmytro Zhyvytsky ଟ୍ବିଟ କରି ସୂଚନା ଦେଇଛନ୍ତି । ସେପଟେ ଜାତିସଂଘରେ ଋଷ ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଛି ଭାରତ ।
ମିଳିତ ଜାତିସଂଘର ସାଧାରଣ ସଭାରେ ପରଦାରେ ପ୍ରଦର୍ଶିତ ହୋଇଥିବା ମତଦାନ ଫଳାଫଳରୁ ଜଣାପଡିଛି ଯେ 141 ଟି ଦେଶ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି ଏବଂ 35 ଟି ଦେଶ ଏଥିରୁ ନିବୃତ୍ତ ରହିଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିବାକୁ UNGA ଅଧିକ ଭୋଟ ଦେଇଥିଲା । ଫଳାଫଳଗୁଡିକ ଚାମ୍ବରରେ ଥିବା ପରଦାରେ ଦୃଶ୍ୟମାନ ହେବା ପରେ ଷ୍ଟାଡ଼ିଙ୍ଗ ଓଭେସନ୍ ଦେଖିବାକୁ ମିଳିଥିଲା ବୋଲି UNGA ବିବୃତ୍ତିରେ କହିଛି ।
ସେପଟେ ୟୁକ୍ରେନର ନାଗରିକଙ୍କ ଉପରେ ଆକ୍ରମଣ କରାଯାଉନାହିଁ ବୋଲି ଋଷ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୁଦ୍ଧରେ ଯୁଦ୍ଧ ଅପରାଧ(accused of committing war crimes) ଅଭିଯୋଗ ଆଣିଛି ୟୁକ୍ରେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସେପଟେ ଜାତିସଂଘ ଅନୁଯାୟୀ ଗତ ସପ୍ତାହରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ 8 ଲକ୍ଷ 70 ହଜାରରୁ ଅଧିକ ଲୋକ ୟୁକ୍ରେନ ଛାଡି ପଳାଇଛନ୍ତି ଏବଂ ଏହି ସଂଖ୍ୟା ଶୀଘ୍ର 1 ମିଲିୟନ ବା ୧୦ ଲକ୍ଷ ଅତ୍ରିକମ କରିବାକୁ ଯାଉଛି ।
@ANI