ETV Bharat / international

ପଶ୍ଚିମାଞ୍ଚଳରେ ଋଷିଆର ଟପ୍‌ ଟାର୍ଗେଟ ୟୁକେ: ରିପୋର୍ଟ - ୟୁକେର ଆଇଏସସି ରିପୋର୍ଟ

ଋଷିଆ ୟୁକେକୁ ନିଜ ଟପ୍‌ ଟାର୍ଗେଟ ଚିନ୍ତା କରୁଥିବା ତଥ୍ୟ ପ୍ରକାଶ କରିଛି ୟୁକେ ସରକାରୀ ଇଣ୍ଟେଲିଜେନ୍ସ ଓ ସୁରକ୍ଷା କମିଟି(ଆଇଏସସି) । ଏହା ପଛରେ ଉଦ୍ଦେଶ୍ୟ ହେଉଛି ଥରେ ଋଷିଆ ବିରୋଧରେ କୌଣସି ତଥ୍ୟ ପ୍ରକାଶିତ ହେବା ମାତ୍ରେ ଋଷିଆ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ୟୁକେ ଉପରେ ପ୍ରତିଶୋଧ ପରାୟଣ ହୋଇପାରେ ।

russia-uk relation, russia targets uk, uk's isc report, russian influence on uk, ଋଷିଆ-ୟୁକେ ସମ୍ପର୍କ, ଋଷିଆର ଟାର୍ଗେଟ ୟୁକେ, ୟୁକେର ଆଇଏସସି ରିପୋର୍ଟ, ୟୁକେରେ ଋଷିଆର ପ୍ରଭାବ
ପଶ୍ଚିମାଞ୍ଚଳରେ ଋଷିଆର ଟପ୍‌ ଟାର୍ଗେଟ ୟୁକେ: ରିପୋର୍ଟ
author img

By

Published : Jul 21, 2020, 9:53 PM IST

ଲଣ୍ଡନ: ବିଶ୍ବରେ ନିଜ ପଶ୍ଚିମାଞ୍ଚଳରେ ଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ୟୁକେକୁ ନିଜ ଟପ୍‌ ଟାର୍ଗେଟ ବୋଲି ଭାବୁଛି ଋଷିଆ । ଏନେଇ ୟୁକେ ସରକାରୀ ଇଣ୍ଟେଲିଜେନ୍ସ ଓ ସୁରକ୍ଷା କମିଟି(ଆଇଏସସି) ଦ୍ବାରା ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି । ଲଣ୍ଡନସ୍ଥିତ ଏହି କମିଟିର ମୁଖ୍ୟ କାର୍ଯ୍ୟ ହେଉଛି ବିଭିନ୍ନ ଦିଗ ଯଥା ଅପପ୍ରଚାର କ୍ୟାମ୍ପେନିଂ, ସାଇବର ଆକ୍ରମଣ ଯୋଜନା ଓ ଋଷିଆ ନାଗରିକଙ୍କ ୟୁକେର ରହଣୀ ଉପରେ ଅଧ୍ୟୟନ ଓ ଆଲୋଚନା କରିବା ।

ଏମିତିରେ ଋଷିଆ ୟୁକେକୁ ନିଜ ଟପ୍‌ ଟାର୍ଗେଟ ଚିନ୍ତା କରୁଥିବା ତଥ୍ୟ ପ୍ରକାଶ କରିଛି କମିଟି । ହେଲେ ଏହା ପଛରେ ବାସ୍ତବ କାରଣକୁ କମିଟି ସ୍ପଷ୍ଟ କରିନାହିଁ । ଏହା ପଛରେ ଉଦ୍ଦେଶ୍ୟ ହେଉଛି ଥରେ ଋଷିଆ ବିରୋଧରେ କୌଣସି ତଥ୍ୟ ପ୍ରକାଶିତ ହେବା ମାତ୍ରେ ଋଷିଆ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ୟୁକେ ଉପରେ ପ୍ରତିଶୋଧ ପରାୟଣ ହୋଇପାରେ । ତେଣୁ ଏହି ତଥ୍ୟ ପଛରେ ବାସ୍ତବ କାରଣ ଓ ଅତି ସମ୍ବେଦନଶୀଳ ତଥ୍ୟକୁ କମ୍ପାନୀ ଗୁପ୍ତ ରଖିଥିବା ପ୍ରକାଶ କରିଛି ।

ତେବେ ଏହି ରିପୋର୍ଟରେ ଏହା ପ୍ରକାଶ କରାଯାଇଛି କି ୟୁକେ ଉପରେ ଧିରେ ଧିରେ ବଢୁଥିବା ଋଷିଆନ ପ୍ରଭାବ ଆଗାମୀ ଦିନରେ ୟୁକେ ପାଇଁ ନୂଆ ସାଧାରଣ ଘଟଣା ପାଲଟିପାରେ । ଏହା ପଛରେ ୟୁକେରେ ଆଗକୁ ଶାସନ ଦାୟିତ୍ବ ଗ୍ରହଣ କରିବାକୁ ଥିବା ଦଳ ଦାୟୀ ହୋଇପାରେ । ଏହା ଋଷିଆନ ଅଧିକାରୀଙ୍କ ଛୋଟ ଛୋଟ ଦଳକୁ ଧିରେ ଧିରେ ବିରୋଧ କରିବା ବଦଳରେ ମୁକ୍ତ ଭାବେ ସ୍ବାଗତ କରୁଥିବା ଏହି ରିପୋର୍ଟରେ ଆକ୍ଷେପ କରାଯାଇଛି ।

ଏହା ମଧ୍ୟ କୁହାଯାଇଛି କି ନିର୍ବାଚନ ସମୟରେ ଅପପ୍ରଚାର କ୍ୟାମ୍ପେନ ପାଇଁ ଋଷିଆ ଇଂଲଣ୍ଡକୁ ଏକ ସହଜ ଟାର୍ଗେଟରେ ପରିଣତ କରିଛି । ଏଥିପାଇଁ ଏକ ତୁରନ୍ତ ପଦକ୍ଷେପର ଆବଶ୍ୟକତା ଥିବା ନେଇ କୁହାଯାଇଛି । ଆଗକୁ ଡିସେମ୍ବର ମାସରେ ୟୁକେରେ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନଜରରେ ରଖି ଏହି ରିପୋର୍ଟର ପ୍ରକାଶନକୁ ସ୍ଥଗିତ ରଖାଯାଇଥିବା ନେଇ ମଧ୍ୟ କମିଟି ଆରୋପ ଲଗାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.