ETV Bharat / international

Russia Ukraine War: ମାରିଓପୋଲରେ ଆତ୍ମସମର୍ପଣ ପାଇଁ ଋଷର ଦାବି, ଖଣ୍ଡନ କଲା ୟୁକ୍ରେନ - ମାରିଉପୁଲ ଛାଡିବାକୁ କହିଲା ଋଷ

ୟୁକ୍ରେନ ପୋର୍ଟ ସିଟି ମାରିଓପୋଲ ଉପରେ ଋଷ ଜାରି ରଖିଛି ଆକ୍ରମଣ । ଲଗାତାର ବୋମା ବର୍ଷଣ କରୁଥିବା ବେଳେ ସହରବାସୀଙ୍କୁ ସହର ଛାଡ଼ିବାକୁ କହିଛି । ତେବେ ମାରିଓପୋଲ ବାସୀ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି ୟୁକ୍ରେନ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ

Russia Ukraine War: ମାରିଉପୁଲରେ ଆତ୍ମସମର୍ପଣ ପାଇଁ ଋଷର ଦାବି, ଖଣ୍ଡନ କଲା ୟୁକ୍ରେନ

author img

By

Published : Mar 21, 2022, 2:33 PM IST

କିଭ: ୨୬ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ତଥାପି ଥମିବାର ନାଁ ନେଉନି ବିବାଦ । ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ବାହାରି ପାରୁନି ନିଷ୍କର୍ସ । ଫଳରେ ଆହୁରି ତୀବ୍ର ହେଉଛି ୨ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ । ଏହାରି ମଧ୍ୟରେ ୟୁକ୍ରେନର ପ୍ରମୁଖ ସହର ମାରିଓପୋଲରେ ୟୁକ୍ରେନ ସେନା ଆତ୍ମସମର୍ପଣ କରିଥିବା ଋଷ ଦାବି କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ ଇରିନା ବେରେଚୁକ ।

ପୋର୍ଟ ସିଟି ମାରିଓପୋଲ ଉପରେ ଋଷ କବଜା କରିବାକୁ ଜାରି ରଖିଛି ପ୍ରୟାସ । ଏଥିଲାଗି ମାରିଓପୋଲରେ ଥିବା ଲୋକଙ୍କୁ ସହର ଛାଡିବାକୁ କହିଛି । ମାରିଓପୋଲର ଏକ କଳା ବିଦ୍ୟାଳୟ ଉପରେ ଆକ୍ରମଣ କରିବା ପରେ ଏହି ପ୍ରସ୍ତାବ ଦେଇଛି ଋଷ । ଉକ୍ତ ବିଦ୍ୟାଳୟରେ ପ୍ରାୟ ୪୦୦ରୁ ଅଧିକ ଲୋକ ଶରଣ ନେଇଥିବା ଜଣାପଡ଼ିଛି । ଋଷର କର୍ଣ୍ଣଲ ଜେନେରାଲ ମିଖାଇଲ ମିଞ୍ଜିତ୍ସେବ କହିଛନ୍ତି କି ମାରିଓପୋଲରୁ ପ୍ରସ୍ଥାନ ପାଇଁ ୨ଟି ଦ୍ବାର ଖୋଲାଯାଇଛି । ଗୋଟିଏ ପୂର୍ବ ଦିଗରେ ରହିଥିବା ବେଳେ ଦ୍ବିତୀୟ ଦ୍ବାର ପଶ୍ଚିମରେ ରହିଛି । ମାରିଓପୋଲବାସୀଙ୍କୁ ଏହି ପ୍ରସ୍ତାବ ଉପରେ ଜବାବ ଦେବା ପାଇଁ ଆଜି(ସୋମବାର) ସକାଳ ୫ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

କିନ୍ତୁ ୟୁକ୍ରେନ ଉପପ୍ରଧାନମନ୍ତ୍ରୀ ଇରିନା ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି । ସେପଟେ ଏହି ପ୍ରସ୍ତାବକୁ ନ ମାନିଲେ ଋଷ କଣ କାର୍ଯ୍ୟାନୁଷ୍ଠାନ ନେବ ସେ ସମ୍ପର୍କରେ ସ୍ପଷ୍ଟ କରିନାହିଁ । ଏ ନେଇ ଇରିନା କହିଛନ୍ତି ଯେ ମାରିଓପୋଲ ବାସୀ ସହର ଛାଡିବେ ନାହିଁ । ଏ ସମ୍ପର୍କରେ ଋଷ ପ୍ରତିପକ୍ଷଙ୍କ ସହିତ ଆଲୋଚନା ହୋଇଛି । ୮ ପୃଷ୍ଠାର ଚିଠି ଲେଖିବା ଅପେକ୍ଷା ମାରିଓପୋଲ ସୀମା ଦ୍ବାରକୁ ଖୋଲିବାକୁ ସେ କହିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ଜାରି କରି କଳା ବିଦ୍ୟାଳୟ ଉପରେ ଋଷର ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏହି କଳା ବିଦ୍ୟାଳୟ ଉପରେ ଆକ୍ରମଣ କରିଥିବା ପାଇଲଟକୁ ହତ୍ୟା କରିବେ ବୋଲି କହିଛନ୍ତି । ମାରିଓପୋଲର ଅଧିକାରୀଙ୍କ ସୂଚନା ଅନୁସାରେ ସହରର ଅତିକମରେ ୨୩୦୦ ଲୋକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କୁ ସାମୂହିକ କବର ଦିଆଯାଇଥିବା ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.