ETV Bharat / international

ବ୍ରିଟେନ ରାଜପ୍ରସାଦକୁ କୋରୋନା ମାଡ, ’ଜିନ’ ବିକୁଛନ୍ତି ରାଣୀ ଏଲିଜାବେଥ-2 - ରାଣୀ ଏଲିଜାବେଥ-2

ମହାମାରୀ କୋରୋନା ଯୋଗୁଁ ଆର୍ଥକ ସ୍ଥିତି ଉପରେ ବ୍ୟାପକ ପ୍ରଭାବ ପକାଇଛି । ବ୍ରିଟେନ ରାଜପ୍ରସାଦ ଉପରେ ମଧ୍ୟ କୋରୋନା ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ବାଧ୍ୟ ହୋଇ ’ଜିନ’ ବିକୁଛନ୍ତି ରାଣୀ ଏଲିଜାବେଥ-2 ।

ବ୍ରିଟେନ ରାଜପ୍ରସାଦକୁ କୋରୋନା ମାଡ
ବ୍ରିଟେନ ରାଜପ୍ରସାଦକୁ କୋରୋନା ମାଡ
author img

By

Published : Jul 18, 2020, 10:10 AM IST

ଲଣ୍ଡନ: ମହାମାରୀ କୋରୋନା ଯୋଗୁଁ ସମଗ୍ର ବିଶ୍ବରେ ଆର୍ଥିକ ପ୍ରଭାବ ପରିଲକ୍ଷିତ ହୋଇଛି । ଏଥିରୁ ବାଦ ପଡି ନାହାଁନ୍ତି ବ୍ରିଟେନ ରାଣୀ ଏଲିଜାବେଥ-2 । ସଂକ୍ରମଣ ଯୋଗୁଁ ବ୍ରିଟେନ ରାଜପ୍ରସାଦ ବକିଂହାମ ପ୍ୟାଲେସକୁ ପର୍ଯ୍ୟଟକଙ୍କ ହ୍ରାସ ପାଇଛି । ଫଳରେ ପର୍ଯ୍ୟଟକଙ୍କ ଦେଖାନଥିବାରୁ ପର୍ଯ୍ୟଟନ ରାଜସ୍ବ ମଧ୍ୟ ହ୍ରାସ ପାଇଛି । ତେଣୁ ଏହି ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ରାଣୀ ଏଲିଜାବେଥ-2 ଶେଷରେ ’ଜିନ’ ବିକିବାକୁ ବାଧ୍ୟ ହୋଇଛନ୍ତି ।

ବକିଂହାମ ପ୍ୟାଲେସର ପରିସର ତଥା ରାଣୀଙ୍କ ବଗିଚାରେ ଉପଲବ୍ଧ ହେଉଥିବା ବିଭିନ୍ନ ଔଷଧୀୟ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀରୁ ଏହି ‘ଜିନ’କୁ ପ୍ରସ୍ତୁତ କରାଯାଇଛି । ରାଣୀଙ୍କ ମନ ପସନ୍ଦର ଏହି ’ଜିନ’ ଏବେ ସାଧାରଣ ଲୋକେ ପିଇବାକୁ ସୁଯୋଗ ପାଇବେ । ଏହି ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତ କରିବାରେ ରାଣୀ ମଧ୍ୟ ସହଯୋଗ କରିଛନ୍ତି । ପର୍ଯ୍ୟଟନ କମିଯିବାରୁ ଚଳିତ ବର୍ଷ 22 ମିଲିୟମ କ୍ଷତି ପହଞ୍ଚିଛି ।

ଏଥିରେ ସୁଧାର ଆଣିବାକୁ ଏହି ’ଜିନ’କୁ ଅନଲାଇନ ମାଧ୍ୟମରେ ବିକ୍ରି କରାଯାଉଛି । ବକିଂହାମ ପ୍ୟାଲେସର ୱେବସାଇଟରେ ଉପଲବ୍ଧ ହେବ । ତେବେ ଏହି ’ଜିନ’ କେବଳ ବ୍ରିଟେନରେ ଡେଲିଭର ନାଗରିକଙ୍କ ମିଳିବ ।

ଏହି ’ଜିନ’ ର ଦାମ ଭାରତୀୟ ମୂଲ୍ୟରେ 3783 ଟଙ୍କା ରହିଛି । ଏଥିରୁ ଯାହା ଆୟ ହେବ ବକିଂହାମ ପ୍ୟାଲେସର ପରିଚାଳନା କରିଥିବା ସଂସ୍ଥା ରୟାଲ କଲେକ୍ସନକୁ ଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.