ETV Bharat / international

ଲଣ୍ଡନରେ ହୋଇଥାନ୍ତା ଶ୍ରୀଲଙ୍କା ଭଳି ଆତ୍ମଘାତୀ ବିସ୍ଫୋରଣ - ଲଣ୍ଡନରେ ହୋଇଥାନ୍ତା ଶ୍ରୀଲଙ୍କା ଭଳି ଆତ୍ମଘାତୀ ବିସ୍ଫୋରଣ

ଆଇଏସଆଇଏସ ଆତଙ୍କବାଦୀ ସଂସ୍ଥା ପାଇଁ ସୋଫିୟା କାମ କରୁଥିଲେ । ଏକ ଇତିହାସ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ଥିଲା । ଅଧିକ ପଢନ୍ତୁ...

ଲଣ୍ଡନରେ ହୋଇଥାନ୍ତା ଶ୍ରୀଲଙ୍କା ଭଳି ଆତ୍ମଘାତୀ ବିସ୍ଫୋରଣ

author img

By

Published : Jul 5, 2020, 2:52 AM IST

ଲଣ୍ଡନ: ପୁଣି ଏକ ଆତ୍ମଘାତୀ ବିସ୍ଫୋରଣରେ ଥରିଥାନ୍ତା ଲଣ୍ଡନ । ପ୍ରାଣ ହରାଇଥାନ୍ତେ ହଜାର ହଜାର ଲୋକ । ଦୁଇଟି ଜାଗାରେ ଫୁଟିଥାନ୍ତା ବୋମା ଏବଂ ନେଇଥାନ୍ତେ ପ୍ରତିଶୋଧ । ଶେଷରେ ନିଜକୁ ଏହି ବିସ୍ଫୋରଣରେ ଉଡାଇ ଦେଇଥାନ୍ତେ । ଗତବର୍ଷ ଶ୍ରୀଲଙ୍କାର ଚର୍ଚ୍ଚରେ ହୋଇଥିବା ବିସ୍ଫୋରଣ ଭଳି ଏପରି କରିବାକୁ ଯୋଜନା ହୋଇଥିଲା । ଲଣ୍ଡନ ପୋଲିସ ସାମନାରେ ଏହା ସ୍ବୀକାର କରିଛନ୍ତି ୟୁକେର ପ୍ରଥମ ମହିଳା ବୋମା ପ୍ଲୋଟ୍ଟର ସୋଫିୟା ଶେଖ ।

ସେଣ୍ଟ ପଲ କ୍ୟାଥେଡ୍ରାଲରେ ଏପରି ଆତ୍ମଘାତୀ ବିସ୍ଫୋରଣର ଯୋଜନା ସେ ରଖିଥିଲେ ବୋଲି ଲଣ୍ଡନ ପୋଲିସ ଆଗରେ କହିଛନ୍ତି । ଆଇଏସଆଇଏସ ଆତଙ୍କବାଦୀ ସଂସ୍ଥା ପାଇଁ ସେ କାମ କରୁଥିଲେ । ଏକ ଇତିହାସ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ଥିଲା । ଏଥିପାଇଁ ସେ ଆଲ୍ଲାଙ୍କୁ ମାନୁନଥିବା ଅନେକ ଲୋକଙ୍କୁ ମାରିବାକୁ ଚାହୁଁଥିଲେ । ଏହି ସଂଖ୍ୟା ଯେତେ ଅଧିକ ହେବ ସେତେ ତାଙ୍କ ପାଇଁ ଲାଭ ବୋଲି ସେ କହିଛନ୍ତି । ପ୍ରଥମେ 2ଟି ଜାଗାରେ ବିସ୍ଫୋରଣ କରି ସେ ତୃତୀୟ ବୋମାରେ ନିଜକୁ ଉଡାଇ ଦେବାକୁ ଚାହୁଁଥିଲେ । ଗୋଟିଏ ପିଲାର ମାଆ ସୋଫିୟା କହିଛନ୍ତି ଯେ ଆଲ୍ଲାଙ୍କ ପାଖକୁ ଯିବାକୁ ଏବଂ ସ୍ବର୍ଗ ପ୍ରାପ୍ତି ପାଇଁ ତାଙ୍କର ବହୁତ ଇଚ୍ଛା ରହିଛି ।

ଶ୍ରୀଲଙ୍କା ଭଳି ବୋମା ବିସ୍ଫୋରଣ କରି ସବୁ ଉଡାଇଦେବାକୁ ସେ ସ୍ଥିର କରିଥିଲେ । ଘଟଣାକୁ ରୂପାନ୍ତର ଦେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ନିଜର ସମସ୍ତ ଯୋଜନା ପୋଲିସ ଆଗରେ ଖୋଲିଥିଲେ । ସେ ଲଣ୍ଡନର ପ୍ରଥମ ମହିଳା ଥିଲେ ଯିଏ ଆତ୍ମଘାତୀ ବିସ୍ଫୋରଣ ପାଇଁ ବୋମା ସ୍ଥାପନ କରିବାର ଯୋଜନା କରିଥିଲେ । ପ୍ରକାଶ ଥାଉ କି ଗତବର୍ଷ ଏପ୍ରିଲ 21ରେ ଶ୍ରୀଲଙ୍କାରେ ଇଷ୍ଟର ସଣ୍ଡେ ପାଳନ ହେଉଥିଲା । ଲୋକମାନେ ପର୍ବରେ ବ୍ୟସ୍ତ ଥିବାବେଳେ ସକାଳୁ ଲଗାତାର 8ଟି ଜାଗାରେ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ 250ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.