ETV Bharat / international

କୋରୋନା ଦ୍ବାରା ବିଶେଷ ପ୍ରଭାବିତ ଦେଶ ତାଲିକାରେ ରହିପାରେ ପାକିସ୍ତାନ: UNCTAD - most affected by Corona

ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (UNCTAD) ଏକ ଭୟଙ୍କର ରିପୋର୍ଟ ପ୍ରଦାନ କରିଛି । କୋରୋନା ମହାମାରୀ ଦ୍ବାରା ଆର୍ଥିକ ଦୃଷ୍ଟିରୁ ପାକିସ୍ତାନ ଅଧିକ ପ୍ରଭାବିତ ହୋଇପାରେ । 'ଏକ୍ସପ୍ରେସ ଟ୍ରିବ୍ୟୁନ'ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

UNCTAD
UNCTAD
author img

By

Published : Mar 31, 2020, 11:24 PM IST

ଜେନେଭା: ସାରା ବିଶ୍ବରେ ମହାମାରୀ କୋରୋନାର ପ୍ରକୋପ ଜାରି ରହିଛି । ଏପରି ସ୍ଥଳେ ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (UNCTAD) ଏକ ଭୟଙ୍କର ରିପୋର୍ଟ ପ୍ରଦାନ କରିଛି । କୋରୋନା ମହାମାରୀ ଦ୍ବାରା ଆର୍ଥିକ ଦୃଷ୍ଟିରୁ ପାକିସ୍ତାନ ଅଧିକ ପ୍ରଭାବିତ ହୋଇପାରେ । 'ଏକ୍ସପ୍ରେସ ଟ୍ରିବ୍ୟୁନ'ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ମିଳିତ ଜାତିସଂଘ ଏକ ରିପୋର୍ଟରେ କହିଛି ଯେ କରୋନା ଦ୍ବାରା ସୃଷ୍ଟି ହୋଇଥିବା ବିନାଶର ମୁକାବିଲା ପାଇଁ ବିଶ୍ବର 170 ବିକାଶଶୀଳ ଦେଶକୁ ମୋଟ 2.5 ଟ୍ରିଲିୟନ ଡଲାର ସହାୟତା ଆବଶ୍ୟକ ହେବ।

ଏହି ରିପୋର୍ଟରେ ବିକାଶଶୀଳ ଦେଶଗୁଡିକ ପାଇଁ କୋଭିଡ୍ -19 ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି । ରପ୍ତାନି ହ୍ରାସ, ମୁଦ୍ରାର ମୂଲ୍ୟ ହ୍ରାସ, ଦ୍ରବ୍ୟ ମୂଲ୍ୟ ହ୍ରାସ, ପୁଞ୍ଜି ବାହ୍ୟ ପ୍ରବାହ ଭଳି ବିଭିନ୍ନ କାରଣରୁ ଏହି ବିକାଶଶୀଳ ଦେଶର ଅବସ୍ଥା 2008 ମାନ୍ଦାବସ୍ଥା ଠାରୁ ଆହୁରି ଭୟଙ୍କର ହୋଇପାରେ ।

ଏହି ରିପୋର୍ଟ ପ୍ରସ୍ତୁତ କରିଥିବା UNCTAD ର ଗ୍ଲୋବାଲାଇଜେସନ୍ ଆଣ୍ଡ ଡେଭଲପମେଣ୍ଟ ଷ୍ଟ୍ରାଟେଜୀର ନିର୍ଦ୍ଦେଶକ ରିଚାର୍ଡ କୋଜୁଲ-ରାଇଟ୍ କହିଛନ୍ତି ଯେ ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ଦେଶ ସବ-ସାହାରା ଆଫ୍ରିକାର ଦେଶ, ଆର୍ଜେଣ୍ଟିନା ଏବଂ ପାକିସ୍ଥାନ ମଧ୍ୟ ହୋଇପାରନ୍ତି।

ଏହାସହ ସେ ଆହୁରି କହିଛନ୍ତି ଯେ ପୂର୍ବରୁ ଋଣର ବୋଝ ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସଙ୍କଟ ଏହି ସବୁ ଦେଶ ଉପରେ ଅତ୍ୟଧିକ ଭାରୀ ହେବାକୁ ଯାଉଛି । ଦୁଇରୁ ତିନି ଟ୍ରିଲିୟନ ଡଲାରର ଆର୍ଥିକ ନିଅଣ୍ଟ ଚଳିତ ବର୍ଷ ଓ ଆସନ୍ତା ବର୍ଷ ହୋଇପାରେ ବୋଲି କୁହାଯାଇଛି ।

ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ସମୁଦାୟ ଓ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ବର୍ତ୍ତମାନ ସମୟରେ ରିଲିଫ ଯୋଗାଇବା ପାଇଁ ସମସ୍ତ ପ୍ରସ୍ତାବକୁ ଅତି ଗୁରୁତର ସହ ନେବା ଆବଶ୍ୟକ ରହିଛି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.