ETV Bharat / international

ହେପାଟାଇଟିସ୍‌-ସି ଆବିଷ୍କାର କରିଥିବା 3 ବୈଜ୍ଞାନିକଙ୍କୁ ନୋବେଲ - ହେପାଟାଇଟ୍ସ-ସି ଟିକା

ଚିକିତ୍ସା କ୍ଷେତ୍ରରେ ଗବେଷଣା ଓ ଅନୁସନ୍ଧାନ ପାଇଁ ଏଥର 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଅଧିକ ପଢନ୍ତୁ...

ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା, ହେପାଟାଇଟିସ୍‌-ସି ଆବିଷ୍କାର କରିଥିବା 3 ବୈଜ୍ଞାନିକ ସମ୍ମାନିତ
ହେପାଟାଇଟିସ୍‌-ସି ଆବିଷ୍କାର କରିଥିବା 3 ବୈଜ୍ଞାନିକଙ୍କୁ ନୋବେଲ
author img

By

Published : Oct 5, 2020, 3:33 PM IST

Updated : Oct 5, 2020, 4:58 PM IST

ଷ୍ଟକହୋମ: ଚଳିତ ବର୍ଷ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଚିକିତ୍ସା କ୍ଷେତ୍ରରେ ଗବେଷଣା ଓ ଅନୁସନ୍ଧାନ ପାଇଁ ଏଥର 3 ଜଣ ବୈଜ୍ଞାନିକ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା, ହେପାଟାଇଟିସ୍‌-ସି ଆବିଷ୍କାର କରିଥିବା 3 ବୈଜ୍ଞାନିକ ସମ୍ମାନିତ
ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା, ହେପାଟାଇଟିସ୍‌-ସି ଆବିଷ୍କାର କରିଥିବା 3 ବୈଜ୍ଞାନିକ ସମ୍ମାନିତ

ଚିକିତ୍ସା କ୍ଷେତ୍ରରେ ଚଳିତ ବର୍ଷ ହେପାଟାଇଟିସ୍‌-ସି ଭୂତାଣୁ ଆବିଷ୍କାର କରିଥିବା 3 ଜଣ ବୈଜ୍ଞାନିକ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଆମେରିକାର ବୈଜ୍ଞାନିକ ହାର୍ଭେ ଜେ ଆଲଟର, ଚାର୍ଲ୍ସ ଏମ ରାଇସ୍ ଏବଂ ବ୍ରିଟେନର ମାଇକେଲ ହାଗଟନଙ୍କୁ 2020ର ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି। ହେପାଟାଇଟିସ୍-ସି ଭୂତାଣୁ ଆବିଷ୍କାର ପାଇଁ ସମସ୍ତ 3 ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏନେଇ ନୋବେଲ କମିଟିର ମୁଖ୍ୟ ଥୋମାସ ପର୍ଲମାନ ଷ୍ଟକହୋମରେ ଘୋଷଣା କରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ବିଶ୍ୱରେ 70 ନିୟୁତ ହେପାଟାଇଟିସ୍ ରୋଗୀ ଅଛନ୍ତି ଏବଂ ପ୍ରତିବର୍ଷ ଏହି ରୋଗ ହେତୁ 4 ନିୟୁତ ଲୋକଙ୍କ ମୃତ୍ୟୁ ହେଉଛି । ଏହି ରୋଗକୁ କ୍ରନିକ୍ ରୋଗ ଭାବରେ ବର୍ଗୀକୃତ କରାଯାଏ ଏବଂ ଏହା ଯକୃତ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ ଅଟେ ।

Last Updated : Oct 5, 2020, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.