ETV Bharat / international

କୋରୋନା ପାଇଁ ବିବାହ ବାତିଲ କଲେ ପ୍ରଧାନମନ୍ତ୍ରୀ

author img

By

Published : Jan 23, 2022, 12:23 PM IST

ଚାରିଆଡେ ଆତଙ୍କ ଖେଳାଇଛି ମହାମାରୀ । କୋରୋନା ପାଇଁ ନିଜ ବିବାହ ବାତିଲ କଲେ ପ୍ରଧାନମନ୍ତ୍ରୀ । ଜାଣନ୍ତୁ କେଉଁଠି

କୋରୋନା ପାଇଁ ବିବାହ ବାତିଲ୍ କଲେ ପ୍ରଧାନମନ୍ତ୍ରୀ

ଅକଲ୍ୟାଣ୍ଡ: ସାରା ବିଶ୍ବରେ ନିଜର କରାଳ ରୂପ ଦେଖାଉଛି ମହାମାରୀ । ବର୍ଦ୍ଧିତ ସଂକ୍ରମଣକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି । କୋରୋନାକୁ ଚେକ୍ ଦେବାକୁ କଟକଣା କଡାକଡି କରିଛନ୍ତି ରାଷ୍ଟ୍ରସମୂହ । ନ୍ୟୁଜଲ୍ୟାଣ୍ଡରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ନିଜ ବିବାହ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେନ( PM Jacinda Ardern cancels her wedding) । ଗତକାଲି(ଶନିବାର) କ୍ଲାର୍କ ଗାୟପୋର୍ଡଙ୍କ ସହ ଆର୍ଡେନଙ୍କ ବିବାହ ଥିଲା ।

ଦେଶରେ ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆର୍ଡେନ କହିଛନ୍ତି, ‘ମୁଁ କାହାଠୁ ଭିନ୍ନ ନୁହେଁ । ମୋ ବାହାଘର କୁଆଡେ ପଳାଇଯିବନି । ସଂକ୍ରମଣ ରୋକିବାକୁ କଟକଣା ଜରୁରୀ’ । ଏକ ବିବାହ କାର୍ଯ୍ୟକ୍ରମ ପରେ ସାଉଥ ଆଇଲ୍ୟାଣ୍ଡରେ ସଂକ୍ରମଣ ବଢିବା ଯୋଗୁଁ ଦେଶରେ ନୂଆ କଟକଣା ଲଗାଯାଇଛି । ଆଜି(ରବିବାର) ମଧ୍ୟରାତ୍ରିରୁ ନ୍ୟୁଜଲ୍ୟାଣ୍ଡରେ ନୂଆ କୋରୋନା ମାର୍ଗଦର୍ଶିକା ଲାଗୁ ହେବ । ଯେଉଁଥିରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ସହ ସୀମିତ ସଂଖ୍ୟକ ସମାବେଶ ନିୟମକୁ କଡାକଡି କରାଯିବ ।

ସୂଚନା ଅନୁଯାୟୀ, ସାଉଥ ଆଇଲ୍ୟାଣ୍ଡରେ ଏକ ପରିବାର ଅକଲ୍ୟାଣ୍ଡରେ କୌଣସି ବିବାହ ଉତ୍ସବରେ ଯୋଗ ଦେଇ ଫ୍ଲାଇଟ ଯୋଗେ ନେଲସନ ଫେରିଥିଲେ । ପରେ ପୁରା ପରିବାର ସହ ବିମାନ ଆଟେଣ୍ଡାଣ୍ଟ ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ । ଏହି ଘଟଣା ପରେ ଦେଶରେ ନୂଆ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ସେ ନିଜ ବିବାହକୁ ମଧ୍ୟ ସ୍ଥଗିତ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.