ETV Bharat / international

ଋଷ ଆକ୍ରମଣର ଜବାବ ଦେବ NATO - Russia Ukraine Crisis News

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କଲେ NATO ମହାସଚିବ । ୟୁକ୍ରେନବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନେବ କହିଲା NATO । ଅଧିକ ପଢନ୍ତୁ

ଋଷ ଆକ୍ରମଣର ଜବାବ ଦେବ NATO
ଋଷ ଆକ୍ରମଣର ଜବାବ ଦେବ NATO
author img

By

Published : Feb 24, 2022, 1:50 PM IST

ନୂଆଦିଲ୍ଲୀ: ଚାଲିଛି ମହାଯୁଦ୍ଧ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ୟୁକ୍ରେନ ଉପରେ ଆଟାକ କରୁଛି ଋଷ । ଘନ ଘନ ବର୍ଷୁଛି କ୍ରୁଜ ଓ ବାଲାଷ୍ଟିକ ମିଜାଇଲ, ବିସ୍ଫୋରଣର ବିଭୀଷିକାରେ ଥରୁଛି ଦେଶ । ଋଷ ସେନା ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡିକ ଉପରେ ଆକ୍ରମଣ ଚଳାଇଛି । ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ମୃତ୍ୟୁର ଏହି ତାଣ୍ଡବଲୀଳାକୁ ନେଇ ବିଶ୍ବ ସମୁଦାୟ ଚିନ୍ତିତ ଥିବାବେଳେ ଏହାକୁ କଡା ନିନ୍ଦା କରିଛି ନାଟୋ(NATO) ।

ଋଷର ଆକ୍ରମଣ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରିବା ସହ ଏହା ୟୁରୋ-ଆଣ୍ଟଲାକଟିକ(Euro-Atlantic) ସୁରକ୍ଷା ପ୍ରତି ବଡ ବିପଦ ସାଜିଛି ବୋଲି NATO ମହାସଚିବ ଜେନ ଷ୍ଟୋଲଟେନବର୍ଗ( Jen Stoltenberg) କହିଛନ୍ତି । ଏଥିସହ NATO ୟୁକ୍ରେନବାସୀଙ୍କ ସହ ଅଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେସବୁ କରିବ ବୋଲି ନାଟୋ କହିଛି । ଋଷିଆକୁ ଆକ୍ରମଣରୁ ନିବୃତ୍ତ ରଖିବାକୁ ଅକ୍ଲାନ୍ତ ଉଦ୍ୟମ ଏବଂ ତାହାକୁ ବାରମ୍ବାର ଚେତବାନୀ ସତ୍ତ୍ବେ ଋଷିଆ ଆକ୍ରମଣାତ୍ମକ ପଦକ୍ଷେପ ନେଇଛି ।

ଏବେ ମଧ୍ୟ ଋଷକୁ ନିଜର ସାମରିକି ଅପରେସନ ବନ୍ଦ କରିବାକୁ ଏବଂ ୟୁକ୍ରେନର ସାର୍ବଭୌମତ୍ବ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଜଣାଇବାକୁ ନାଟୋ ଆହ୍ବାନ କରିଛି । ହେଲେ ଋଷିଆ ତିନି ପଟୁ ନିଜର ଆକ୍ରମଣ ଜାରି ରଖିଛି । ଋଷର ଏଭଳି ଆଭିମୁଖ୍ୟ ବିରୁଦ୍ଧରେ ନାଟୋ ରାଷ୍ଟ୍ରଗୁଡିକ ଏକ ବୈଠକ ଡାକିବେ ବୋଲି ମହାସଚିବ ଜଣାଇଛନ୍ତି ।

ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ଘୋଷଣା ପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ମେଣ୍ଟ ବିରୁଦ୍ଧରେ ହେଉଥିବା ଯେକୌଣସି ପ୍ରକାର ଆକ୍ରମଣର କଡା ଜବାବ ଦେବାକୁ ଆମେରିକା NATO ସହଯୋଗୀମାନଙ୍କ ସହ ସମନ୍ବୟ ରକ୍ଷା କରିବ । ଆମେରିକା ସହ ବିଭିନ୍ନ ରାଷ୍ଟ୍ର ଋଷର ଆକ୍ରମଣ ପଦକ୍ଷେପକୁ ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.