ETV Bharat / international

‘ବ୍ଲାକ ଲାଇଭ୍ସ ମ୍ୟାଟର’ ପାଇଁ ଇଂଲଣ୍ଡରେ ହଜାର ହଜାର ସମର୍ଥକଙ୍କ ରାଲି

author img

By

Published : Jul 12, 2020, 10:13 PM IST

ଇଂଲଣ୍ଡରେ ପୁଣି ତେଜିଛି ‘ବ୍ଲାକ ଲାଇଭ୍ସ ମ୍ୟାଟର’ ଦାବି । ଏନେଇ ଶନିବାର ଅପରାହ୍ନରେ ଇଂଲଣ୍ଡର ବ୍ରିଗଟୋନ ସହରରେ ବାହାରିଛି ସମର୍ଥନ ରାଲି । ଏହି ରାଲିରେ ପ୍ରାୟ 5000 ସମର୍ଥକ ସାମିଲ ହୋଇଥିବା କୁହାଯାଉଛି ।

anti-racism march in uk, protest in uk, black lives matter, ଇଂଲଣ୍ଡରେ ଜାତିଆଣ ବିରୋଧୀ ଆନ୍ଦୋଳନ, ଇଂଲଣ୍ଡରେ ଆନ୍ଦୋଳନ, ବ୍ଲାକ ଲାଇଭ୍ସ ମ୍ୟାଟର
‘ବ୍ଲାକ ଲାଇଭ୍ସ ମ୍ୟାଟର’ ପାଇଁ ଇଂଲଣ୍ଡରେ ହଜାର ହଜାର ସମର୍ଥକଙ୍କ ରାଲି

ଲଣ୍ଡନ: ଇଂଲଣ୍ଡରେ ପୁଣି ତେଜିଛି ‘ବ୍ଲାକ ଲାଇଭ୍ସ ମ୍ୟାଟର’ ଦାବି । ଏନେଇ ଶନିବାର ଅପରାହ୍ନରେ ଇଂଲଣ୍ଡର ବ୍ରିଗଟୋନ ସହରରେ ବାହାରିଛି ସମର୍ଥନ ରାଲି । ଏହି ରାଲିରେ ପ୍ରାୟ 5000 ସମର୍ଥକ ସାମିଲ ହୋଇଥିବା କୁହାଯାଉଛି । କୋରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତାକୁ କଡାକଡି କରାଯିବା ସତ୍ତ୍ବେ ହଜାର ହଜାର ଲୋକେ ଏକାଠି ହୋଇ ଏହି ରାଲି କରିଥିବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଶନିବାର ଅପରାହ୍ନରେ ଇଂଲଣ୍ଡରେ ରାସ୍ତାକୁ ଓହ୍ଲାଇଥିବା ବେଳେ କିଛି ଆନ୍ଦୋଳନକାରୀ ହାତରେ ‘ସବୁକିଛି ପୁରୁଣା ସ୍ଥିତିକୁ ଫେରାଇଆଣ’ ଓ ‘ପୋଲିସ ବିଭାଗକୁ ଆର୍ଥିକ ସହାୟତା ବନ୍ଦ କରାଯାଉ’ ଲେଖାଥିବା ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା । ଏଥିସହ ଆନ୍ଦୋଳନକାରୀମାନେ ‘ବ୍ଲାକ ଲାଇଭ୍ସ ମ୍ୟାଟର’ର ନାରା ଦେଇ ଏଥିରେ ‘ଇଂଲଣ୍ଡ ନିର୍ଦ୍ଦୋଷ’ ନୁହେଁ ବୋଲି ମଧ୍ୟ ସାଥୀରେ ନାରା ଦେଇଥିଲେ । ସମସ୍ତ ଆନ୍ଦୋଳନକାରୀ ଏକତ୍ରିତ ହୋଇ ବ୍ରିଗଟୋନସ୍ଥିତ ଯୁଦ୍ଧା ସ୍ମାରକୀ ସ୍ଥଳ ଅତିକ୍ରମ କରିଥିବା ଦେଖାଯାଇଥିଲା ।

ଏହି ଆନ୍ଦୋଳନ କିଛି ପାଇଁ ଥମିଯାଇଥିବା ବେଳେ ପୁଣି ଇଂଲଣ୍ଡରେ ତେଜିଥିବା ଆନ୍ଦୋଳନରେ ସମର୍ଥକ ସାମିଲ ହୋଇ ‘ଏହି ଆନ୍ଦୋଳନ ଜରିଆରେ ସରକାରଙ୍କୁ ନିଜ ଦାୟିତ୍ବ ମନେ ପାକାଇବା ଆମର କର୍ତ୍ତବ୍ୟ । ଜାରି ରହିଥିବା ଜାତିଆଣ ଭେଦଭାବ ବିରୋଧରେ ଲଢେଇ କରିବା ମଧ୍ୟ ଆମର କର୍ତ୍ତବ୍ୟ । ଏହି ପ୍ରସଙ୍ଗରେ ଜିତ ହାସଲ କରିବା ଆମ ଲକ୍ଷ୍ୟ । ଆମେ ସଭିଏଁ ଏକାଠି ହୋଇ ଅଧିକ ଶକ୍ତିଶାଳୀ ଭାବେ ସ୍ବର ଉଠାଇବୁ ।’ ବୋଲି ମଧ୍ୟ ନାରା ଦେଇଥିଲେ ।

କିଛି ଆନ୍ଦୋଳନକାରୀ ଏହା ମଧ୍ୟ କହିଥିଲେ କି ‘ଆମେ ଏଠାରେ ସ୍ନେହ, ଶାନ୍ତି ଓ ଏକତା ବଜାୟ ରଖିଛୁ । ହାରିବା ପାଇଁ ଆମ ପାଖରେ କିଛି ନାହିଁ । ଏହି ଅନ୍ୟାୟରେ ଅନେକ ନାଗରିକ ଅନେକ କିଛି ହରାଇ ସାରିଛନ୍ତି । ’ ବୋଲି କହୁଥିବା ଦେଖାଯାଇଥିଲା । ସୂଚନା ମୁତାବକ କିଛି ଦିନ ତଳେ ଜନୈକ ଯୁବକକୁ ପୋଲିସ କାବୁ କରିଥିବା ଦେଖାଯାଇଥିଲା । ୟାହାର ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ଶନିବାର ପୁଣି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ଏହି ଭିଡିଓରେ ଯୁବକ ଜଣଙ୍କ ନିଶ୍ବାସ ନେଇ ପାରୁନଥିବା କହିଥିଲେ । ଜଣେ ପୋଲିସ ତାଙ୍କ ବେକ ଉପରେ ଚାପ ପକାଉଥିବାରୁ ତାଙ୍କୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା ସେ କହିଥିଲେ । ସେପଟେ ପୋଲିସ ବିଭାଗର କହିବା ଅନୁଯାୟୀ ଯୁବକ ଜଣଙ୍କୁ ଗିରଫ କରାଯିବା ପରେ ସେ ପୋଲିସ କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର କରିଥିଲା । ଫଳରେ ତାଙ୍କୁ କାବୁ କରିବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.