ETV Bharat / international

ମିଳିଗଲା କି କୋରୋନା ଟୀକା ? ସୁଧୁରିଲା ଗୁରୁତର ରୋଗୀଙ୍କ ସ୍ବାସ୍ଥାବସ୍ଥା

author img

By

Published : Jun 16, 2020, 8:00 PM IST

Updated : Jun 16, 2020, 8:09 PM IST

କୋରୋନା ଔଷଧ ମିଳିଥିବା ନେଇ ବ୍ରିଟେନ ମିଡିଆର ଦାବି । ଗଣ୍ଠିରୋଗ ତଥା ଆର୍ଥ୍ରାଇଟିସ୍ ଏବଂ ଅନ୍ୟାନ୍ୟ ରୋଗ ପାଇଁ କମ ମୂଲ୍ୟରେ ମିଳୁଥିବା ଔଷଧ ଡେକ୍ସାମେଥାସୋନ ପ୍ରୟୋଗ ଦ୍ବାରା କୋରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା କମ୍ କରିଥାଏ ବୋଲି ଦାବି କରିଛି ୟୁକେ ମିଡିଆ । ଅଧିକ ପଢନ୍ତୁ...

ଭେଣ୍ଟିଲେଟରରେ ଥିବା କୋରୋନା ରୋଗୀଙ୍କୁ ବଞ୍ଚାଇବ ଡେକ୍ସାମେଥାସୋନ!

ଲଣ୍ଡନ: କୋରୋନା ଭାଇରସ ବିରୋଧରେ ଏକ ପ୍ରକାରର ଯୁଦ୍ଧ ଲଢୁଛି ସାରା ବିଶ୍ବ । ଅନେକ ଦେଶ ଏହି ରୋଗର ଟିକା ଅନୁସନ୍ଧାନରେ ଲାଗିଛନ୍ତି । ଏପରି ସମୟରେ ବ୍ରିଟେନରେ ମହାମାରୀ ଔଷଧର ସନ୍ଧାନ ମିଳିଥିବା ଖବର ସାମ୍ନାକୁ ଆସିଛି । ଗଣ୍ଠିରୋଗ ତଥା ଆର୍ଥ୍ରାଇଟିସ୍ ଏବଂ ଅନ୍ୟାନ୍ୟ ରୋଗ ପାଇଁ କମ ମୂଲ୍ୟରେ ମିଳୁଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ 'ଡେକ୍ସାମେଥାସୋନ' ପ୍ରୟୋଗ ଦ୍ବାରା କୋରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା କମ୍ କରିଥାଏ ବୋଲି ଦାବି କରିଛି ୟୁକେ ମିଡିଆ ।

ଷ୍ଟେରଏଡ୍ ଚିକିତ୍ସାରେ ବ୍ୟବହୃତ କମ ଡୋଜର ଡେକ୍ସାମେଥାସୋନ ମାରାତ୍ମକ ଭୂତାଣୁ ବିରୋଧରେ ଲଢେଇରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ବ୍ରିଟେନର ଗବେଷକମାନେ କହିଛନ୍ତି । କୋରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଏହି ଔଷଧର ପ୍ରୟୋଗ ବିଶ୍ବର ସବୁଠୁ ବଡ ପରୀକ୍ଷଣର ଏକ ଅଂଶ ।

ଜଟିଳରୁ ଅତି ଜଟିଳତମ ରୋଗରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ପ୍ରୟୋଗ ପରେ ସେମାନେ ମୃତ୍ୟୁ ମୁଖରୁ ବଞ୍ଚୁଥିବା ଦାବି ହୋଇଛି । ସେହିପରି ଅକ୍ସିଜେନ ସପୋର୍ଟରେ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ପ୍ରୟୋଗ ମୃତ୍ୟୁ ଆଶଙ୍କାକୁ ଏକ ପଞ୍ଚମାଂଶ ହ୍ରାସ କରିଥାଏ ବୋଲି ଜଣାପଡିଛି ।

ମହାମାରୀ ଆରମ୍ଭରୁ ବ୍ରିଟେନରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଯଦି ଏହି ଔଷଧ ବ୍ୟବହାର କରାଯାଇଥାନ୍ତା, ତେବେ 5,000 ଲୋକଙ୍କ ଜୀବନ ବଞ୍ଚିଥାନ୍ତା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ତେବେ ଅଧିକ ସଂକ୍ରମିତ ଗରିବ ଦେଶଗୁଡିକରେ ଏହି ଔଷଧ ଅଧିକ ଲାଭଦାୟକ ହୋଇପାରେ ବୋଲି କୁହାଯାଇଛି ।

ଗମ୍ଭୀର ଆଲର୍ଜି ରୋଗ, ଶ୍ବାସ ରୋଗ, ଚକ୍ଷୁ ରୋଗ ଓ ନେଫ୍ରୋଟିକ ସିଣ୍ଡ୍ରମ ଏବଂ ଏପରିକି କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ମଧ୍ୟ ଡେକ୍ସାମେଥାସୋନ ଔଷଧର ବ୍ୟବହାର କରାଯାଇଥାଏ ।

@ANI

Last Updated : Jun 16, 2020, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.