ଇସ୍ତାନବୁଲ: 2018 ମସିହା ଅକ୍ଟୋବର 2 ତାରିଖରେ ସାଉଦି ସାମ୍ବାଦିକତା ଜଗତରେ ଖେଳିଥିବା ଆତଙ୍କର ଛାୟା । ଆଖି ବୁଜିଥିଲେ ପ୍ରଖ୍ୟାତ ସାମ୍ବାଦିକ ଜାମାଲ ଖାସୋଗି । ତାଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଥିବା ବେଳେ 2019 ମସିହା ଡିସେମ୍ବରରେ ଏକ କୋର୍ଟ ସମ୍ପୃକ୍ତ ଘଟଣାରେ 5 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ । ହେଲେ ଶୁକ୍ରବାର ଖାସୋଗିଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଥିବା ତାଙ୍କ ପୁଅମାନେ ପ୍ରକାଶ କରିଥିଲେ ।
ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ ଶନିବାର ତାଙ୍କର ପ୍ରେମିକା ହାଟିସ ସେଙ୍ଗିଜ ପରିବାର ଲୋକଙ୍କ ନିଷ୍ପତ୍ତିକୁ ବିରୋଧ କରି ଟ୍ବିଟରରେ ନିଜ ପ୍ରତିକ୍ରିୟା ଦେଇଥିଲେ । ଖାସୋଗିଙ୍କ ପୁଅମାନେ ରମଜାନର ପବିତ୍ର ମାସରେ ପିତାଙ୍କୁ ମନେ ପକାଇବା ସରହ ଆଲ୍ଲାଙ୍କ କଥା ମାନି ଦୋଷୀଙ୍କୁ କ୍ଷମା କରିଥିବା କହିଥିଲେ । ହେଲେ ସେଙ୍ଗିଜ ପ୍ରତିକ୍ରିୟାରେ କହିଛନ୍ତି କି ଖାସୋଗି ଜଣେ ଅନ୍ତର୍ଜାତୀୟ ଚେହେରା ସହ ଲୋକପ୍ରିୟ ସାମ୍ବାଦିକ ଥିଲେ । ତାଙ୍କର ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଥିବା ବେଳେ ତାଙ୍କ ହତ୍ୟାକାରୀଙ୍କୁ କ୍ଷମା କରିବା ଅନ୍ୟାୟ ।
ସୂଚନା ମୁତାବକ 2017 ମସିହାରୁ ଖାସୋଗି ନିଜକୁ ୟୁଏସରେ ନିର୍ବାସନରେ ରଖିଥିଲେ । ଏହାପରେ 2018 ମସିହାରେ ସେ ସେଙ୍ଗିଜଙ୍କୁ ବିବାହ କରିବା ପାଇଁ ଇସ୍ତାନବୁଲସ୍ଥିତ ସାଉଦି ବାଣିଜ୍ୟିକ ଦୂତାବାସରୁ କିଛି କାଗଜପତ୍ର ନେବା ପାଇଁ ଆସିଥିଲେ । ସେଠାରେ ସେଙ୍ଗିଜ ତାଙ୍କର ଅପେକ୍ଷା କରିଥିବା ବେଳେ ଖାସୋଗି ଆଉ ଫେରି ନଥିଲେ । ଏନେଇ ସାଉଦି ବାଣିଜ୍ୟିକ ଦୂତାବାସ ଖାସୋଗି ଜୀବିତ ଅବସ୍ଥାରେ ବାହାରକୁ ଯାଇଥିବା ଯୁକ୍ତି ବାଢିଥିଲା । ପରବର୍ତ୍ତୀ ସମୟରେ ସେ ଖାସୋଗିଙ୍କ ହତ୍ୟା ସ୍ବୀକାର କରିବା ସହ ଘଟଣାରେ 5 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ମିଳିଥିଲା । ହେଲେ ଏଯାଏଁ ତାଙ୍କର ମୃତ୍ୟୁର ସଠିକ କାରଣ ଜଣା ପଡିପାରିନାହିଁ ।
@IANS