ETV Bharat / international

ଗ୍ରୀସ ପରେ ଇଟାଲୀ: ୟୁରୋପ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦେଶ

author img

By

Published : Jun 3, 2020, 5:52 PM IST

ଗ୍ରୀସ ପଥରେ ଇଟାଲୀ । ଦୀର୍ଘ ତିନି ମାସ ପରେ ପର୍ଯ୍ୟଟନ ପାଇଁ ଖୋଲିଲା ଦେଶ । ୟୁରୋପ ପର୍ଯ୍ୟଟକଙ୍କୁ ଦେଶକୁ ଆସିବା ପାଇଁ ମିଳିଛି ଅନୁମତି । ଇଟାଲୀର ସମସ୍ତ ପ୍ରସିଦ୍ଧ ଓ ଲୋକପ୍ରିୟ ସ୍ଥଳୀ ବୁଧବାରଠାରୁ ଖୋଲାଯାଇଛି । ଅଧିକ ପଢନ୍ତୁ...

ଗ୍ରୀସ ପରେ ଇଟାଲୀ: ୟୁରୋପ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦେଶ
ଗ୍ରୀସ ପରେ ଇଟାଲୀ: ୟୁରୋପ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦେଶ

ରୋମ: ଗ୍ରୀସ ପଥରେ ଇଟାଲୀ । ଦୀର୍ଘ ତିନି ମାସ ପରେ ପର୍ଯ୍ୟଟନ ପାଇଁ ଖୋଲିଲା ଦେଶ । ୟୁରୋପ ପର୍ଯ୍ୟଟକଙ୍କୁ ଦେଶକୁ ଆସିବା ପାଇଁ ମିଳିଛି ଅନୁମତି ।

ବୁଧବାର ଏନେଇ ଇଟାଲୀ ସରକାର ସୂଚନା ଦେଇଛନ୍ତି । ସମର ପର୍ଯ୍ୟଟନ ସିଜିନ ଆରମ୍ଭ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଇଟାଲୀର ସମସ୍ତ ପ୍ରସିଦ୍ଧ ଓ ଲୋକପ୍ରିୟ ସ୍ଥଳୀ ବୁଧବାରଠାରୁ ଖୋଲାଯାଇଛି । ତେବେ ପର୍ଯ୍ୟଟକମାନେ କେବଳ 3ଟି ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଇଟାଲୀ ଆସିପାରିବେ । ନେପାଲସ, ମିଲାନ ଓ ରୋମ ବିମାନବନ୍ଦରକୁୁ ହିଁ ବିମାନ ଚଳାଚଳର ଅନୁମତି ମିଳିଛି । ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ ହେବା ସହ ସେମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ କରାଯାଇଛି । କେବଳ ୟୁରୋପରୁ ଆସୁଥିବା ପର୍ଯ୍ୟଟକଙ୍କୁ ଦେଶରେ ଭ୍ରମଣର ଅନୁମତି ମିଳିବ ବୋଲି ଜଣାପଡିଛି ।

ତେବେ ୟୁରୋପରେ କୋରୋନା ସ୍ଥିତି ଭୟଙ୍କର ଥିବାବେଳେ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ଦ୍ବାରା କୋରୋନା ସଂକ୍ରମଣ ବଢିବା ଆଶଙ୍କା ଲାଗି ରହିଛି । ବର୍ତ୍ତମାନ ଇଟାଲୀରେ କୋଭିଡ 19 ସ୍ଥିତି ସୁଧୁରିଥିବାବେଳେ ଅନ୍ୟ ଦେଶର ପର୍ଯ୍ୟଟକଙ୍କ ପାଇଁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ହେଲେ ଲକଡାଉନ ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡିପଡିଥିବାବେଳେ ପର୍ଯ୍ୟଟନ ଶିଳ୍ପ ଦ୍ବାରା ଏହା ସୁଧାର ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି । ସେଥିପାଇଁ ପର୍ଯ୍ୟଟନ ଶିଳ୍ପ ଖୋଲିବା ଜରୁରୀ ହୋଇପଡିଛି ବୋଲି ସରକାର ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟପଟେ ସ୍ବିଜରଲ୍ୟାଣ୍ଡ ସରକାର ନିଜ ଦେଶର ନାଗରିକଙ୍କୁ ଇଟାଲୀ ଭ୍ରମଣ କରିବା ସମୟରେ ସାବଧାନ ରହିବାକୁ କହିଛନ୍ତି । ଇଟାଲୀ ୟୁରୋପର ସବୁଠାରୁ ଅଧିକ ପ୍ରଭାବିତ ଦେଶ । ଏଠାରେ କୋରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟ 33 ହଜାର ରହିଛି । ପୂର୍ବରୁ ଗ୍ରୀସ ମଧ୍ୟ 29ଟି ଦେଶ ପାଇଁ ନିଜ ପର୍ଯ୍ୟଟନସ୍ଥଳୀ ସବୁ ଖୋଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.