ETV Bharat / international

ସରକାରୀ ଫଣ୍ଡ ଚଳୁ ମାମଲା: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଦୋଷୀ ସାବ୍ୟସ୍ତ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପତ୍ନୀ ସାରାଙ୍କୁ ରବିବାର ସରକାରୀ ଅର୍ଥକୁ ଅନୁଚିତ ଉପାୟରେ ବିିନିଯୋଗ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନିବାସରେ ପାଚକ ନଥିବା ବାହାନାରେ ବାହାରୁ ଖାଦ୍ୟ ମଗାଇବାରେ ସେ ସରକାରୀ ଫଣ୍ଡର ଦୁରୁପଯୋଗ କରିଥିବା ଅଭିଯୋଗ ରହିଛି ।

author img

By

Published : Jun 16, 2019, 9:02 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପତ୍ନୀ ସରକାର ଫଣ୍ଡର ଦୂରୁପଯୋଗ ମାମଲାରେ ରବିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନେତାନ୍ୟାହୁଙ୍କ ପତ୍ନୀ ସାରାଙ୍କ ଉପରେ ପ୍ରଧାନମନ୍ତ୍ରୀ ନିବାସରେ ପାଚକ ନଥିବା ବାହାନାରେ ବାହାରୁ ଖାଦ୍ୟ ମଗାଇବାରେ 99300ଡଲାର ଭାରତୀୟ ମୁଦ୍ରାରେ 69,32,450 ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ମାମଲାରେ ନେତାନ୍ୟାହୁଙ୍କ ପତ୍ନୀ 'ପ୍ଲେ ବାର୍ଗେନ' ଅନୁଯାୟୀ ଅଭିଯୋଗକୁ କମ କରିବା ସହ ଦୋଷ ସ୍ବୀକାର କରିଛନ୍ତି । କୋର୍ଟ ତାଙ୍କ ଉପରେ 15 ହଜାର ଡଲାର ଜୋରିମାନା ଲଗାଇଛନ୍ତି ।

ରବିବାର ଜେରୁଜେଲମ ମାଜିଷ୍ଟ୍ରେଟ୍‌ କୋର୍ଟରେ ବିଚାରପତି ଏବିଟ୍‌ଲ୍‌ ଚେନ ଦୋଷ ସ୍ବୀକାର କରିଥିବାରୁ ସାରାଙ୍କ ଉପରେ ଲାଗିଥିବା ଅଭିଯୋଗକୁ କମ୍‌ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । 15ହଜାରରୁ କମ କରି ସାରାଙ୍କ ଉପରେ କୋର୍ଟ 2800ଡଲାର ଜୋରିମାନା ଲଗାଇଛନ୍ତି । ଏହାସହ ରାଜ୍ୟ ରାଜକୋଷକୁ 10000 ଡଲାର ଭରଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ବର୍ଷ 2018ରେ ସରକାରୀ କାର୍ଯ୍ୟାଳୟରେ ରୋଷେୟା ଥିବା ସତ୍ତ୍ବେ ସାରା ବାହାରୁ ଖାଦ୍ୟା ମଗାଉଥିଲେ । ଏହା ମାମଲାରେ ତାଙ୍କ ବିରୋଧରେ ଧୋକାବାଜି ଓ ବିଶ୍ବାସଘାତକତା ଅଭିଯୋଗ ଆସିଥିଲା ।

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.