ETV Bharat / international

ତାତୁଛି ଫ୍ରାନ୍ସ, ଜଳୁଛି ୟୁରୋପ - ପ୍ରବଳ ଖରା

ପ୍ରବଳ ଗ୍ରୀଷ୍ମ ଲହରୀର ପ୍ରଭାବ ଫ୍ରାନ୍ସ ଉପରେ ଅଧିକ ପଡିଛି । ଏଥିଯୋଗୁଁ ଅଂଶୁଘାତ ହୋଇ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି । ଫ୍ରାନ୍ସର ତାପମାତ୍ର 114.6 ଡିଗ୍ରୀ(45.9 ସେଲସିୟସ) ରହି ରେକର୍ଡ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର
author img

By

Published : Jun 29, 2019, 9:07 AM IST

Updated : Jun 29, 2019, 11:59 AM IST

ପ୍ୟାରିସ: ପ୍ରବଳ ତାତି ଯୋଗୁଁ ସମଗ୍ର ୟୁରୋପ ମହାଦେଶରେ ଏବେ ଅସହ୍ୟଜନକ ପରିସ୍ଥିତି ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଫଳରେ ତାପମାତ୍ରା ପୂର୍ବର ସମସ୍ତ ରେକର୍ଡ କାଟିଦେଇଛି । ଶୁକ୍ରବାର ଫ୍ରାନ୍ସର ପାରଦ ସର୍ବକାଳୀନ ରେକର୍ଡ 45.9 ଡିଗ୍ରୀ ସେଲସିୟସ ଛୁଇଁଛି ।

Heat Wave
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

ପ୍ରବଳ ଗ୍ରୀଷ୍ମ ଲହରୀର ପ୍ରଭାବ ଫ୍ରାନ୍ସ ଉପରେ ଅଧିକ ପଡିଛି । ଏଥିଯୋଗୁଁ ଅଂଶୁଘାତ ହୋଇ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି । ଫ୍ରାନ୍ସର ତାପମାତ୍ର 45.9 ସେଲସିୟସ(114.6 ଫାରେନାଇଟ ଡିଗ୍ରୀ) ରହି ରେକର୍ଡ କରିଛି । ପ୍ରଥମ ଥର ଲାଗି ଦେଶର ତାପମାତ୍ରା ୪୫ ଡିଗ୍ରୀ ଉପରକୁ ରହିଛି । 2003ରେ ରାଷ୍ଟ୍ରର ତାପମାତ୍ରା 44.1 ଡିଗ୍ରୀ ସେଲସିୟସ ରହିଥିଲା । ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ଭାବେ ରେକର୍ଡ ହୋଇ ରହିଥିଲା । ସେବର୍ଷ ତାତି ଯୋଗୁଁ ଫ୍ରାନ୍ସରେ 15,000 ଲୋକଙ୍କ ମୃତ୍ୟୁ ହୋଇଥିଲା ।

Heat Wave
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

ଲଗାତାର ପାରଦ ବଢି ଚାଲିଥିବାରୁ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରୀଷ୍ମ ଲହରୀରେ ପ୍ରଭାବିତ ରାଷ୍ଟ୍ରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସ‌ଚେତନତା ଜାରି କରାଯାଇଛି । ଅତ୍ୟଧିକ ଖରାରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ପ୍ରତିଷେଧକ ବ୍ୟବସ୍ଥା ସହ ବାହାରିବା ଲାଗି ସରକାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ପେନ, ଇଟାଲୀ ଓ ମଧ୍ୟ ୟୁରୋପର ଅନେକ ଅଂଶ ମଧ୍ୟ ଗ୍ରୀଷ୍ମଲହରୀରେ ପ୍ରଭାବିତ ହୋଇଛି । ‌ସ୍ପେନରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପ୍ରବଳ ଖରା ଯୋଗୁଁ ଫ୍ରାନ୍ସରେ ସରକାର ଅସ୍ଥାୟୀ ଜଳ ଫୁଆରା ନିର୍ମାଣ କରିଛନ୍ତି । ବିଳମ୍ବିତ ରାତିରେ ତାତି ଅସମ୍ଭାଳ ହେଲେ ଲୋକେ ଏହି ଅସ୍ଥାୟୀ ଜଳ ଫୁଆରାରେ ସମୟ କାଟୁଛନ୍ତି ।

Intro:Body:Conclusion:
Last Updated : Jun 29, 2019, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.