ଲଣ୍ଡନ: କିଲର କୋରୋନା ଭାଇରସ ସଂକ୍ରମଣର ତୀବ୍ରତା ବିଶ୍ବକୁ ଚିନ୍ତାରେ ପକାଇଥିବା ବେଳେ ଭ୍ୟାକ୍ସସିନ ବିକଶିତ ହେବାର ସମ୍ଭାବନା ସୀମା ଆଶା ଆଶଙ୍କା ଭିତରେ ରହିଛି । ଭୟଙ୍କର ଭୂତାଣୁକୁ ମାରିବା ପାଇଁ ବିଶ୍ବର ଅନେକ ଗବେଷକ, ବୈଜ୍ଞାନିକ ଅହରହ ଗବେଷଣା ଜାରି ରଖିଛନ୍ତି । ଏପରିସ୍ଥଳେ କୋରୋନାର କରାଳ ପ୍ରକୋପକୁ ବର୍ତ୍ତିବା ପାଇଁ ବ୍ରିଟେନ ଦୁଇଟି ମ୍ୟାଲେରିଆ ଔଷଧର ପରୀକ୍ଷା ଆରମ୍ଭ କରିଛି । କ୍ଲୋରୋକୁଇନ୍ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ (HCQ) କୋରୋନା ଭାଇରସକୁ ସମୂଳେ ନାଶ କରିବା କ୍ଷମତା ରଖିଛି କି ନା ଜାଣିବା ପାଇଁ ବ୍ରାଇଟନ ଓ ଅକ୍ସଫୋର୍ଡ ପରୀକ୍ଷା ଆରମ୍ଭ କରିଛନ୍ତି ।
ବ୍ରାଇଟନ ଏବଂ ସସେକ୍ସ ୟୁନିଭରସିଟି ହସ୍ପିଟାଲ୍ ଏବଂ ଅକ୍ସଫୋର୍ଡର ଜନ୍ ରାଡକ୍ଲିଫ ହସ୍ପିଟାଲରେ ଏହି ଟେଷ୍ଟିଂରେ ଭାଗ ନେଇଥିବା ବିବିସି ରିପୋର୍ଟର ଏକ ରିପୋର୍ଟ ପ୍ରକାଶ କରିଛି । ତିନିମାସ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ କିମ୍ବା ପ୍ଲେସେବୋ ଟାବ୍ଲେଟ ଆକ୍ରାନ୍ତଙ୍କୁ ଦିଆଯିବ । ବର୍ଷ ଶେଷ ସୁଦ୍ଧା ଏହାର ଫଳାଫଳ ମିଳିଯିବା ଆଶା କରାଯାଉଛି ବୋଲି କହିଛନ୍ତି ରିସର୍ଚ୍ଚର ।
ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ହାଇଡ୍ରୋକ୍ସିକ୍ଲୋରୋକୁଇନ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କୁ ସଂକ୍ରମିତ କରିବାରେ ରୋକିପାରିବ ନାହିଁ ।
ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ନିକୋଲାସ୍ ହ୍ବାଇଟ କହିଛନ୍ତି ଯେ COVID-19 ବିରୁଦ୍ଧରେ କ୍ଲୋରୋକୁଇନ୍ କିମ୍ବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପକାରୀ କିମ୍ବା କ୍ଷତିକାରକ ତାହା ପ୍ରକୃତରେ ଏବେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ ।
ବ୍ରାଇଟନ ଏବଂ ସସେକ୍ସ ମେଡିକାଲ୍ ସ୍କୁଲର ପ୍ରଫେସର ମାର୍ଟିନ୍ ଲେଭେଲିନ୍ଙ୍କ ବିବୃତ୍ତିରେ ବିବିସିକୁ କହିଛନ୍ତି ଯେ, ବ୍ୟାପକ ଭାବେ ଉପଲବ୍ଧ ଏହି ଔଷଧ ନିରାପଦ ଏବଂ ପ୍ରଭାବଶାଳୀ ଟୀକା । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ କୋରୋନାକୁ ନାଶ କରିବା ଏବେ ଏହା ଏକ ବିସ୍ତୃତ ଅଧ୍ୟୟନ ଓ ପରୀକ୍ଷଣର ବିଷୟ ।
@IANS