ETV Bharat / international

କୋରୋନା ମୁକାବିଲା: ୟୁକେରେ ଆରମ୍ଭ ହେଲା ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଟେଷ୍ଟିଂ

author img

By

Published : May 22, 2020, 6:40 AM IST

କୋରୋନାକୁ ମାତ ଦେବା ପାଇଁ ଦୁଇଟି ଆଣ୍ଟି ମ୍ୟାଲେରିଆ ଡ୍ରଗ ଯଥା କ୍ଲୋରୋକ୍ବିନ ଓ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ମିଳିତ ଭାବେ କାର୍ଯ୍ୟ କରିପାରୁଛି କି ନାହିଁ ଏନେଇ ୟୁକେରେ ଆରମ୍ଭ ହୋଇଛି ପରୀକ୍ଷା ।

Hydroxychloroquine testing, corona in UK, Uk latest news, coronavirus news, ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଟେଷ୍ଟିଂ, ୟୁକେରେ କୋରୋନା, ୟୁକେ ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ମୁକାବିଲା: ୟୁକେରେ ଆରମ୍ଭ ହେଲା ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଟେଷ୍ଟିଂ

ଲଣ୍ଡନ: କୋରୋନାକୁ ମାତ ଦେବା ପାଇଁ ଦୁଇଟି ଆଣ୍ଟି ମ୍ୟାଲେରିଆ ଡ୍ରଗ ଯଥା କ୍ଲୋରୋକ୍ବିନ ଓ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ମିଳିତ ଭାବେ କାର୍ଯ୍ୟ କରିପାରୁଛି କି ନାହିଁ ଏନେଇ ୟୁକେରେ ଆରମ୍ଭ ହୋଇଛି ପରୀକ୍ଷା । ଏହି ଗ୍ଲୋବାଲ ଟ୍ରାଏଲରେ ୟୁକେର ପ୍ରଥମ ଅଂଶ ଗ୍ରହଣକାରୀ ଦଳ ଗୁରୁବାର ଦେଶର ବ୍ରିଗଟୋନ ଓ ସସେକ୍ସ ୟୁନିଭର୍ସିଟି ହସ୍ପିଟାଲ ଓ ଅକ୍ସଫୋର୍ଡର ଜନ ରାଡକ୍ଲିଫ ହସ୍ପିଟାଲରେ ପଞ୍ଜୀକରଣ ଆରମ୍ଭ କରିଛନ୍ତି ।

ଏହି ଅଂଶ ଗ୍ରହଣକାରୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ କିମ୍ବା ପ୍ଲେସବୋ ବା ମାନସିକ ଚିକିତ୍ସା ଆଗାମୀ 3 ମାସ ଯାଏଁ ଦିଆଯିବ । ଏହା 25ଟି ୟୁକେ ସାଇଟ୍ସର ମିଳିତ ଉଦ୍ୟମ ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ଏହାର ଫଳାଫଳ ମିଳିବା ନେଇ ଆଶା କରାଯାଉଛି । ଏଥିରେ ମୁଖ୍ୟତଃ ସେହି ସ୍ବାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଛି, ଯେଉଁମାନେ ଦୀର୍ଘ ଦିନ ଧରି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିଆସୁଛନ୍ତି । ହେଲେ ଏଯାଏଁ ଏଥିରେ ଆକ୍ରାନ୍ତ ହୋଇନାହାନ୍ତି । ଏହି ପରୀକ୍ଷା ଦ୍ବାରା ସ୍ପଷ୍ଟ ହେବ କି ସ୍ବାସ୍ଥ୍ୟକର୍ମୀମାନେ ଏହି ଡ୍ରଗ ଦ୍ବାରା ସୁରକ୍ଷିତ ରହିପାରିବେ କି ନାହିଁ ।

ଏହାର ପରିଣାମ ସକାରାତ୍ମକ ହେବ କି ନକାରାତ୍ମକ ତାହା ଉଭୟ ଗବେଷକ ଓ ଅଂଶ ଗ୍ରହଣକାରୀଙ୍କୁ ଅଜଣା ଥିବା ବେଳେ ଏହା କୋରୋନା ମୁକାବିଲା କ୍ଷେତ୍ରରେ ଏକ ନୂଆ ଓ ପ୍ରଭାବଶାଳୀ ଉପଲବ୍ଧି ହେବ ବୋଲି ଆଶା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.