ETV Bharat / international

WHOର ସଙ୍ଗୀନ ଅଭିଯୋଗ, ୟୁକ୍ରେନର ବିଭିନ୍ନ ହସ୍ପିଟାଲ ଉପରେ ୧୮ ବୋମା ମାଡ କରିଛି ଋଷ - ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ୍ଦ୍ଧକୁ ଆଜି ୧୫ ଦିନ ପୂରିଛି । ତେବେ ଋଷ କିଛି ସହରରେ ଅସ୍ତ୍ର ବିରତି ଘୋଷଣା କରିଛି । ଅଧିକ ପଢନ୍ତୁ

WHOର ସାଙ୍ଘାତିକ ଅଭିଯୋଗ, ୟୁ୍କ୍ରେନର ବିଭିନ୍ନ ହସ୍ପିଟାଲ ଉପରେ ୧୮ ବୋମା ମାଡ କରିଛି ଋଷ

author img

By

Published : Mar 10, 2022, 3:37 PM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ୍ଦ୍ଧକୁ ଆଜି ୧୫ ଦିନ ପୂରିଛି । ତେବେ ଋଷ କିଛି ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ଏପଟେ ଋଷ ବିରୋଧ ଗୁରୁତ୍ବର ଅଭିଯୋଗ ଆଣିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) କହିବା ଅନୁଯାୟୀ, ଋଷ ପକ୍ଷରୁ ୟୁ୍କ୍ରେନର ମାରିଓପୁଲ ସହରରରେ ଥିବା ଏକ ମାଟେରନିଟି ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି । ଏଥିସହ ଋଷ ପକ୍ଷରୁ ଆହୁରି ଦୁଇଟି ହସ୍ପିଟାଲ ଏୟାର ଷ୍ଟ୍ରାଇକ୍‌ କରାଯାଇଛି ବୋଲି ଡବ୍ଲୁଏଚ୍‌ଓ(WHO) ପକ୍ଷରୁ କୁହାଯାଇଛି । ଏପର୍ଯ୍ୟନ୍ତ ହସ୍ପିଟାଲ ଉପରେ ଋଷ ଆକ୍ରମଣରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁଦ୍ଧ ସମୟରେ ଆମ୍ବୁଲାନ୍ସ ସେବା ଜାରି ରହିଛି ।

ସେହିପରି ଋଷ ପକ୍ଷରୁ ଏପର୍ଯ୍ୟନ୍ତ ହସ୍ପିଟାଲ ଉପରେ ୧୮ଟି ଆକ୍ରମଣ ହୋଇଥିବା କହିଛି ଡବ୍ଲୁଏଚ୍‌ଓ(WHO) । ଏପଟେ ଆଜି ମାରିଓପୁଲ ସହ କିଭ୍‌ର ଦୁଇଟି ସହର ଉପରେ ଋଷ ସେନା ଦ୍ବାରା ବୋମା ମାଡ କରାଯାଇଛି । ଏଥିସହ ଆଜି ମାରିଓପୁଲ ମାଟେରନିଟି ହସ୍ପିଟାଲରେ ଆକ୍ରମଣରେ ଶଣିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ ।

ଅନ୍ୟପଟେ ମାରିଓପୁଲରେ ଥିବା ହସ୍ପିଟାଲରେ ଋଷ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ୟୁ୍କ୍ରେନ ପକ୍ଷରୁ କୁହାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.