ETV Bharat / international

ଗ୍ରୀସରେ ପର୍ଯ୍ୟଟନ ସିଜିନ ଆରମ୍ଭ, ଖୋଲିଲା ହୋଟେଲ ଓ ଥିଏଟର

author img

By

Published : Jun 1, 2020, 4:09 PM IST

ଜୁନ୍ 15ରୁ ଗ୍ରୀସର ଏଥେନ୍ସ ଓ ଥେସାଲୋନିକି ଏୟାରପୋର୍ଟରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । ଜୁଲାଇ 1ରୁ ବାକି ସମସ୍ତ ବିମାନ ବନ୍ଦରରୁ ଏହା ଚାଲିବ । ଅଧିକ ପଢନ୍ତୁ...

ଗ୍ରୀସରେ ପର୍ଯ୍ୟଟନ ସିଜିନ ଆରମ୍ଭ, ଖୋଲିଲା ହୋଟେଲ ଓ ଥିଏଟର
ଗ୍ରୀସରେ ପର୍ଯ୍ୟଟନ ସିଜିନ ଆରମ୍ଭ, ଖୋଲିଲା ହୋଟେଲ ଓ ଥିଏଟର

ଏଥେନ୍ସ: କୋରୋନା ଭୂତାଣୁ ଆଶଙ୍କା ଭିତରେ ଗ୍ରୀସରେ ଖୋଲିଛି ପର୍ଯ୍ୟଟନ ଶିଳ୍ପ । ଆଗାମୀ ଦୁଇ ସପ୍ତାହ ଦେଶରେ ପର୍ଯ୍ୟଟନ ସିଜିନ ଆରମ୍ଭ ହେବ । ଏଥିପାଇଁ ଗ୍ରୀସ ସରକାର ହୋଟେଲ ଏବଂ ଓପନ ଥିଏଟର ଖୋଲିବାର ନିଷ୍ପତ୍ତି ନେଇଛନ୍ତି ।

ସୋମବାରଠାରୁ ଗ୍ରୀସ ସରକାର ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ହୋଟେଲ, ଓପନ ଥିଏଟର, ଗଲ୍ଫ କୋର୍ସ, ସ୍ବିମିଂ ପୁଲ ଖୋଲିଛନ୍ତି । ଏହାସହ କିଛି ହୋଟେଲ ସୋମବାର ଖୋଲିଥିବାବେଳେ ଆଉ କିଛି ପର୍ଯ୍ୟଟକଙ୍କ ଆସିବା ସମୟରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । 2 ସପ୍ତାହ ପରେ ଦେଶକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଯଦିଚ ବର୍ତ୍ତମାନ ଅଳ୍ପ ସଂଖ୍ୟକ ଲୋକ ଆସିବାର ଅନୁମାନ କରାଯାଉଛି ତେବେ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇବ ବୋଲି ଆଶା ରହିଛି । ପୂର୍ବରୁ ଗ୍ରୀସ ସରକାର 29ଟି ଦେଶକୁ ଭ୍ରମଣ ପାଇଁ ଅନୁମତି ଦେଇଛନ୍ତି ।

ଜୁନ୍ 15ରୁ ଗ୍ରୀସର ଏଥେନ୍ସ ଓ ଥେସାଲୋନିକି ଏୟାରପୋର୍ଟରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । ଜୁଲାଇ 1ରୁ ବାକି ସମସ୍ତ ବିମାନ ବନ୍ଦରରୁ ଏହା ଚାଲିବ । ଅଧିକ ସଂଖ୍ୟକ ଲୋକ ଆସିବାର ଆଶଙ୍କା ଥିବାରୁ ସରକାର ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି କରିଛନ୍ତି । ଏହାସହ ସମସ୍ତ ପର୍ଯ୍ୟଟକଙ୍କ ଟେଷ୍ଟ ମଧ୍ୟ ବାଧ୍ୟତାମୂଳକ ହୋଇଛି । ପ୍ରକାଶ ଥାଉ କି ଗ୍ରୀସ ଅର୍ଥନୀତିର ଏକ ବଡ ଅଂଶ ପର୍ଯ୍ୟଟନ । ଏଥିରୁ ଏହା ପ୍ରାୟ 20 ପ୍ରତିଶତ ରାଜସ୍ବ ଆଦାୟ କରିଥାଏ । ଲକଡାଉନ ଯୋଗୁଁ ଏଥିରେ ବିପୁଳ କ୍ଷତି ହୋଇଛି ।

ସୋମବାରଠାରୁ ଗ୍ରୀସରେ ଡେଟିଂ ଏଜେନ୍ସି, ୱେଡିଂ ରିସେପସନ ସର୍ଭିସ, ଟାଟୁ ପାର୍ଲର, କ୍ୟାମ୍ପ ସାଇଟ୍ସ, ପ୍ରାଇମେରୀ ସ୍କୁଲ ସବୁ ଖୋଲିଛି । ସରକାରଙ୍କ କଡା ନିୟମ ଓ ଗାଇଡଲାଇନ ଯୋଗୁଁ ଦେଶରେ କୋଭିଡ 19 ମୃତ୍ୟୁସଂଖ୍ୟା ମାତ୍ର 175 ରହିଛି । ୟୁରୋପର ଅନ୍ୟ ଦେଶମାନଙ୍କ ତୁଳନାରେ ଏହି ସଂଖ୍ୟା ଖୁବ୍ କମ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.