ETV Bharat / international

ବିଶ୍ବରେ 3 ମିଲିୟନ ଟପିଲା କୋରୋନା ମୃତ୍ୟୁ ସଂଖ୍ୟା

author img

By

Published : Apr 18, 2021, 9:21 AM IST

ଡରାଉଛି ମହାମାରୀ । ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ଟପିଲା 3 ମିଲିୟନ । ଅଧିକ ପଢନ୍ତୁ...

Global COVID-19 deaths cross 3 million
ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ଟପିଲା 3 ମିଲିୟନ

ଜେନିଭା: ସାରା ବିଶ୍ବରେ କାୟା ମେଲାଇଛି କୋରୋନା । ବିଶ୍ବରେ କୋରୋନା ମୃତ୍ୟୁସଂଖ୍ୟା 3 ମିଲିୟନ ଟପିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ ଶନିବାର ଅପରାହ୍ନ 1.50 ସୁଦ୍ଧା ବିଭିନ୍ନ ରାଜ୍ୟରେ 139,979,449 କୋଭିଡ ମାମଲା ରିପୋର୍ଟ ହୋଇଛି । ଏହାସହ ସାରା ବିଶ୍ବରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3,000,225କୁ ବୃଦ୍ଧି ପାଇଛି । ବିଶ୍ୱରେ 79,739,004 ଆକ୍ରାନ୍ତ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ।

ସାରା ବିଶ୍ବରେ ମହାମାରୀରେ ଆମେରିକା ଅଧିକ ପ୍ରଭାବିତ ଆମେରିକା ହୋଇଥିବା ବେଳେ 31,575,640 କୋଭିଡ ମାମଲା ରିପୋର୍ଟ ହୋଇଛି । କୋରୋନା ସଂକ୍ରମଣ ମାମଲାରେ ଲଗାତାର ଭାବରେ ଆମେରିକା ଖରାପ ସ୍ଥିତିରେ ରହିଛି । ଆମେରିକାରେ କୋଭିଡ ମାମଲା 31,575,640 ରହିଛି । ୟୁଏସ ତଥ୍ୟ ଅନୁସାରେ, ସଂକ୍ରମଣ ମାମାଲା 14.5 ମିଲିୟନ ରହିଛି । ବିଶ୍ବରେ ସଂକ୍ରମଣ ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟରେ ରହିଛି ଭାରତ । ସେହିପରି ବିଶ୍ବରେ ଆମେରିକାରେ କୋରୋନା ଜନିତ ମୃତ୍ୟୁ ସଂଖ୍ଯା ଅନ୍ୟ ଦେଶ ତୁଳନାରେ ବେଶ ଅଧିକ ରହିଛି । ମହାମାରୀରେ 566,224 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ବିଶ୍ବରେ ଗତ 7 ସପ୍ତାହ ଧରି ସଂକ୍ରମଣ ବଢୁଛି । 4 ସପ୍ତାହ ଧରି କୋରୋନା ଜନିଜ ମୃତ୍ୟୁ ସଂଖ୍ୟା ବଢିଛି ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ ଆଡନୋମ ଘେବ୍ରେୟେସସ । ଗତ ଜାନୁଆରୀ ଓ ଫେବୁଆରୀ ମାସରେ ସଂକ୍ରମଣ ହ୍ରାସ ପାଇଥିଲା । ସେ ଆହୁରି କହିଛନ୍ତି ଯେ ଏସିଆ ଏବଂ ମଧ୍ୟ ପୂର୍ବର ଅନେକ ଦେଶରେ ମାମଲାରେ ବୃଦ୍ଧି ଘଟିଛି। ଏହା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ 780 ମିଲିୟନରୁ ଅଧିକ ଡୋଜ ଟିକା ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.