ETV Bharat / international

ୟୁକେରେ ଅକ୍ଟୋବର ଯାଏଁ ଛୁଟିରେ ଥିବା କର୍ମଚାରୀଙ୍କୁ ମିଳିବ ଦରମା

author img

By

Published : May 12, 2020, 8:22 PM IST

ମଙ୍ଗଳବାର ଡାଉନିଂ ଷ୍ଟ୍ରିଟରେ ହେଉଥିବା ଦୈନିକ ବିବରଣୀରେ ଚାନ୍ସେଲର ରିଶି ସୁନାକ କରିଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଏହି ଘୋଷଣା ଆଧାରରେ ବର୍ତ୍ତମାନ ୟୁକେରେ ଲାଗୁ ରହିଥିବା ଫରଲଫ ସ୍କିମର ଅବଧି ଜୁନରେ ସରିବାକୁ ଥିବା ବେଳେ ଏହାକୁ ପୁଣି ଅକ୍ଟୋବର ଯାଏଁ ବୃଦ୍ଧି କରାଯାଇଛି ।

furlough scheme in uk, extension of furlough scheme, corona situation in UK, coronavirus news, corona update, uk chancellor rishi sunak, ୟୁକେର ଫରଲଫ ସ୍କିମ, ଫରଲଫ ସ୍କିମର ଅବଧି ବୃଦ୍ଧି, ୟୁକେରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, ୟୁକେ ଚାନ୍ସେଲର ରିଶି ସୁନାକ
ୟୁକେରେ ଅକ୍ଟୋବର ଯାଏଁ ଛୁଟିରେ ଥିବା କର୍ମଚାରୀଙ୍କୁ ମିଳିବ ଦରମା

ଲଣ୍ଡନ: ମଙ୍ଗଳବାର ଡାଉନିଂ ଷ୍ଟ୍ରିଟରେ ହେଉଥିବା ଦୈନିକ ବିବରଣୀରେ ଚାନ୍ସେଲର ରିଶି ସୁନାକ କରିଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଏହି ଘୋଷଣା ଆଧାରରେ ବର୍ତ୍ତମାନ ୟୁକେରେ ଲାଗୁ ରହିଥିବା ଫରଲଫ ସ୍କିମର ଅବଧି ଜୁନରେ ସରିବାକୁ ଥିବା ବେଳେ ଏହାକୁ ପୁଣି ଅକ୍ଟୋବର ଯାଏଁ ବୃଦ୍ଧି କରାଯାଇଛି । ଏହା ଆଧାରରେ ବର୍ତ୍ତମାନ ଘରେ ରହି କାର୍ଯ୍ୟ କରୁଥିବା ଓ ଛୁଟିରେ ରହିଥିବା କର୍ମଚାରୀମାନଙ୍କୁ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ସରକାର ଦରମା ପ୍ରଦାନ କରିବେ ।

କୋରୋନା ଲକଡାଉନ ପାଇଁ ଦେଶରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଘରେ ରହି କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିଲେ କର୍ମଚାରୀ । ହେଲେ କିଛି ଦିନ ତଳେ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଦେଶବାସୀଙ୍କୁ ଅଫିସ ଯିବା ପାଇଁ ଗ୍ରାନ ସିଗନାଲ ଦେଇଥିଲେ । ଏହାପରେ ଅଫିସମାନଙ୍କରେ ଭାରୀ ମାତ୍ରାରେ ଭିଡ ପରିଲକ୍ଷିତ ହୋଇଥିଲା । ଯାହା ଏକ ବଡ ଚିନ୍ତାର କାରଣ । ସାମାଜିକ ଦୂରତା ବର୍ତ୍ତମାନ ପ୍ରାଥମିକତା ଥିବା ବେଳେ କର୍ମକ୍ଷେତ୍ରରେ ଏପରି ଭିଡ ବିପଦର ସଙ୍କେତ । ଏନେଇ ପ୍ରଧାନମନ୍ତ୍ରୀ ପୁଣି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି କି ନିହାତି ଅସୁବିଧା ନହେବା ଯାଏଁ ଘରେ ରହି ସୁସ୍ଥ ପରିବେଶରେ କାମ କରନ୍ତୁ ।

ତେଣେ ସ୍କିମ ଅବଧି ବୃଦ୍ଧି ଘୋଷଣା କରିବା ସହ ସୁନାକ କହିଛନ୍ତି କି ପୂର୍ବପରି କର୍ମଚାରୀମାନଙ୍କୁ ସରକାର ସେମାନଙ୍କୁ ଦରମାର 80 ପ୍ରତିଶତ ପ୍ରଦାନ କରାଯିବ । ଏନେଇ କମ୍ପାନୀମାନଙ୍କୁ ନିଜ ଶେୟାର ଅଗଷ୍ଟ ମାସରେ ଦେବାକୁ ହେବ । ତେବେ ବର୍ତ୍ତମାନର ପରିସ୍ଥିତି ଦେଖି ସ୍ବାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ କହିଛନ୍ତି କି ଯଥା ସମ୍ଭବ ଘରେ ରହି କାର୍ଯ୍ୟ କରନ୍ତୁ । ଯଦି ଆପଣ ଅଫିସ ଯାଉଥାଆନ୍ତି ତେବେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ନିଶ୍ଚିତ ଗ୍ରହଣ କରନ୍ତୁ । ବର୍ତ୍ତମାନ ସୁଦ୍ଧା ୟୁକେରେ 2,24,332ଟି ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା 32,141ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.