ପ୍ୟାରିସ: ଆଗାମୀ ଦିନରେ ସରକାରରେ ପୁନଃ ବଦଳି ହେବାର ସମ୍ଭାବନା ମଧ୍ୟରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଇଡୁଆର୍ଡ ଫିଲିପେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଦ୍ବାରା ଏହି ଇସ୍ତଫା ଘୋଷଣା କରାଯାଇଛି । ଯେପର୍ଯ୍ୟନ୍ତ କ୍ୟାବିନେଟର ନାମ ପ୍ରକାଶ ନପାଇଛି, ସେ ପର୍ଯ୍ୟନ୍ତ ଫିଲିପେ ସରକାରୀ କାର୍ଯ୍ୟ ପରିଚାଳନା କରିବେ। ସୂଚନା ଥାଉକି ଫ୍ରାନ୍ସରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଚୟନ କରନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟ୍ ଏବଂ ସରକାର ଗଠନ କରନ୍ତି ।
କୋରୋନୋ ସଙ୍କଟକୁ କିପରି ମୁକାବିଲା କରାଯିବ ସେନେଇ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଗତ ସପ୍ତାହରେ ଇଡୁଆର୍ଡ ଫିଲିପେଙ୍କ ଲୋକପ୍ରିୟତା ଏକ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ତେବେ ଜୁନ୍ ମଧ୍ୟଭାଗରୁ ଫିଲିପେଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା । ସେହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଘୋଷଣା କରିଥିଲେ ଯେ ସେ ତାଙ୍କ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଧ୍ୟରେ କିଛି ଉନ୍ନତି କରିବାକୁ ଚାହୁଁଛନ୍ତି ।
ଗତ କିଛି ଦିନ ହେବ ରାଷ୍ଟ୍ରପତି ମାକ୍ରୋନ୍ କ୍ୟାବିନେଟକୁ ପୁନଃ ନିର୍ମାଣ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା । ରାଷ୍ଟ୍ରପତି ମାକ୍ରୋନ୍ ତାଙ୍କ କାର୍ଯ୍ୟକାଳର ଶେଷ ଦୁଇ ବର୍ଷ ମଧ୍ୟରେ କୋରୋନା ଭାଇରସ୍ ସଙ୍କଟ ଦ୍ବାରା ଦେଶର ଅର୍ଥନୀତିକୁ ପୁଣି ଥରେ ମଜବୁତ ଏବଂ ସଠିକ୍ କରିବାକୁ ଚାହୁଁଛନ୍ତି । ଏହି ପୁନଃ ନିର୍ମାଣ ଏପରି ଏକ ସମୟରେ କରାଯିବ, ଯେତେବେଳେ କିଛି ଦିନ ପୂର୍ବରୁ ସ୍ଥାନୀୟ ନିର୍ବାଚନରେ ଫ୍ରାନ୍ସର ବଡ ସହରରେ ମାକ୍ରୋନ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିବ।