ETV Bharat / international

ଏଣିକି ଫ୍ରାନ୍ସରୁ ୟୁକେ ଗଲେ ମାନିବାକୁ ହେବ କ୍ବାରେଣ୍ଟାଇନ ନିୟମ

author img

By

Published : May 18, 2020, 6:24 AM IST

କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ୟୁକେ ସରକାର 14 ଦିନିଆ କ୍ବାରେଣ୍ଟାଇନ ନିୟମ ଘୋଷଣା କରିଥିଲେ । ଏହି ଘୋଷଣାରୁ ଏବେ ବାଦ ପଡିବନି ଫ୍ରାନ୍ସ । ଫ୍ରାନ୍ସରୁ ଯଦି କେହି ୟୁକେ ଯାଆନ୍ତି ତେବେ ଦେଶର ନିୟମ ଅନୁଯାୟୀ ସେମାନଙ୍କୁ ପ୍ରଥମେ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

quarantine rule, corona in uk, quarantine restriction in uk, uk's restriction for france, କ୍ବାରେଣ୍ଟାଇନ ନିୟମ, ୟୁକେରେ କୋରୋନା, ୟୁକେରେ କ୍ବାରେଣ୍ଟାଇନ କଟକଣା, ଫ୍ରାନ୍ସ ପାଇଁ ୟୁକେର କଟକଣା
ଏଣିକି ଫ୍ରାନ୍ସରୁ ୟୁକେ ଗଲେ ମାନିବାକୁ ହେବ କ୍ବାରେଣ୍ଟାଇନ ନିୟମ

ଲଣ୍ଡନ: କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ବ୍ରିଟେନ ସରକାର 14 ଦିନିଆ କ୍ବାରେଣ୍ଟାଇନ ନିୟମ ଘୋଷଣା କରିଥିଲେ । ଏହି ଘୋଷଣାରୁ ଏବେ ବାଦ ପଡିବନି ଫ୍ରାନ୍ସ । ଫ୍ରାନ୍ସରୁ ଯଦି କେହି ବ୍ରିଟେନ ଯାଆନ୍ତି ତେବେ ଦେଶର ନିୟମ ଅନୁଯାୟୀ ସେମାନଙ୍କୁ ପ୍ରଥମେ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ । କିନ୍ତୁ ଯଦି କେହି ବ୍ୟବସାୟ ଉଦ୍ଦେଶ୍ୟରେ ଟ୍ରାଭେଲ କରୁଥାଆନ୍ତି ତେବେ ସେମାନଙ୍କୁ ଏହି ନିୟମରୁ ବାଦ ଦିଆଯିବ ।

ରବିବାର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଏନେଇ ଘୋଷଣା କରି କହିଛନ୍ତି କି ବ୍ରିଟେନକୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କୁ ପ୍ରଥମେ 14 ଦିନ ଆଇସୋଲେସରେ ରହିବାକୁ ପଡିବ । ଏହାପରେ ସେ ଦେଶରେ ଯେକୌଣସି କୋଣକୁ ଯାତ୍ରା କରିବାରେ କୌଣସି ଅସୁବିଧା ନାହିଁ । ଏହି ନିୟମ ପୂର୍ବରୁ ଫ୍ରାନ୍ସ ପାଇଁ ଲାଗୁ ହୋଇନଥିବା ବେଳେ ଏବେ ଫ୍ରାନ୍ସକୁ ମଧ୍ୟ ଏହି ନିୟମ ପରିସରକୁ ଅଣାଯାଇଛି ।

କେତେକ ଯାତ୍ରୀ ଚାଲାକି କରି ଫ୍ରାନ୍ସ ଦେଇ ଯାତ୍ରା କରିପାରନ୍ତି । ଆଉ ଫ୍ରାନ୍ସ ପାଇଁ ଏପରି ନିୟମ ଲାଗୁ ହୋଇନଥିବାରୁ ଲୋକେ ବିନା ଦ୍ବିଧାରେ ଦେଶରେ ବୁଲିପାରିଥାଆନ୍ତେ । ଯାହା ଦେଶ ପାଇଁ ବିପଦ ସୃଷ୍ଟି କରିଥାଆନ୍ତା । ତେବେ ଆୟରଲାଣ୍ଡରେ ଦେଖିବାକୁ ମିଳିଛି କିଛି ଭିନ୍ନ ନୀତି । ଯଦି ବାହାରୁ ଆସିଥିବା କୌଣସି ବ୍ୟକ୍ତି ନିଜକୁ ଆଇସୋଲେଟ କରିବାକୁ ମନା କରନ୍ତି ତେବେ, ସେମାନଙ୍କୁ 1000 ପାଉଣ୍ଡର ତଣ୍ଡ ଗଣିବାକୁ ହେବ ବୋଲି ସରକାର ଘୋଷଣା କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.