ପ୍ୟାରିସ: ୟୁରୋପୀୟ ଦେଶଗୁଡିକରେ କୋରୋନା ମୃତ୍ୟୁର ବିଭୀଷିକା ସୃଷ୍ଟି କରିଛି । ଫ୍ରାନ୍ସରେ ପୁଣି ବଢିଲା ଲକଡାଉନ ଅବଧି । ଜୁଲାଇ 24 ଯାଏଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ରଖିବାକୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ମାର୍ଚ୍ଚ 24ରୁ ଲକଡାଉନ ଘୋଷଣା କରାଯାଇଥିଲା । ଲକଡାଉନ ବୃଦ୍ଧି କରାଯାଇଥିବାବେଳେ ମେ 23ରେ ହଟିବ ବୋଲି କୁହାଯାଇଥିଲା । ହେଲେ ସଂକ୍ରମଣ ପୁଣି ଫେରିବା ନେଇ ଆଶଙ୍କା ରହିଥିବାରୁ ଲକଡାଉନକୁ ବୃଦ୍ଧି କରାଯାଇଛି ।ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ସମ୍ପ୍ରସାରଣ ବିଷୟରେ ଆସନ୍ତା ସପ୍ତାହରେ ବିଧାନପରିଷଦକୁ ଏକ ବିଲ ପଠାଯିବ ।ଏହା ପୂର୍ବରୁ ପୂର୍ବରୁ ସିନେଟରେ ଏନେଇ ଆଲୋଚନା କରାଯିବ ବୋଲି ସରକାରୀ ମୁଖପାତ୍ର ସିବେଥ ନଡିୟେ କହିଛନ୍ତି।
ୟୁରୋପୀୟ ଦେଶମାନଙ୍କ ମଧ୍ୟରୁ ଫ୍ରାନ୍ସରେ କରୋନା ଭାଇରସ୍ ମହାମାରୀରେ 168,518 ଜଣ ଶିକାର ହୋଇଛନ୍ତି । ସେଥିମଧ୍ୟରୁ 24,763 ଜଣଙ୍କର ମୃତ୍ୟୁ ଘଟିଛି।