ETV Bharat / international

ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 15 ହଜାର, ମେ 11 ଯାଏଁ ଲକଡାଉନ ବୃଦ୍ଧି

author img

By

Published : Apr 14, 2020, 7:18 AM IST

ଫ୍ରାନ୍ସରେ ଆଉ 574 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 14 ହଜାର 967 ପହଞ୍ଚିଛି । ଅଧିକ ପଢନ୍ତୁ...

ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 15 ହଜାର, ମେ 11 ଯାଏଁ ଲକଡାଉନ ବୃଦ୍ଧି
ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 15 ହଜାର, ମେ 11 ଯାଏଁ ଲକଡାଉନ ବୃଦ୍ଧି

ପ୍ୟାରିସ: ୟୁରୋପରେ କୋଭିଡ 19ର ପ୍ରଳୟ ଜାରି ରହିଛି । ଇଟାଲୀ, ସ୍ପେନ, ଫ୍ରାନ୍ସରେ ମହାମାରୀ ତାଣ୍ଡବ ରଚିଛି । 3ଟି ରାଷ୍ଟ୍ରରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା 15 ହଜାର ପାର କରିଛି ।

ଶେଷ ଖବର ଅନୁସାରେ ଫ୍ରାନ୍ସରେ ଆଉ 574 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 14 ହଜାର 967 ପହଞ୍ଚିଛି । ସଂଖ୍ୟାର ଆକାରକୁ ଦେଖିଲେ ମଙ୍ଗଳବାର ଏହା 15 ହଜାର ପାର କରିବା ନିଶ୍ଚିତ ଜଣାପଡୁଛି । ପରିସ୍ଥିତି ଦେଖି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ମେ 11 ଯାଏଁ ଦେଶରେ ଲକଡାଉନ ଅବଧି ବଢାଇଛନ୍ତି ।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 36 ହଜାର 779 ଜଣ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ପ୍ରତିଦିନ ହଜାର ହଜାର କୋଭିଡ 19 ପଜିଟିଭ ବାହାରୁଥିବା ସରକାର ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.