ନୂଆଦିଲ୍ଲୀ: ଫ୍ରାନ୍ସରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଫ୍ରାନ୍ସରେ ବର୍ତ୍ତମାନ ସୁଦ୍ଧା 2281 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 48 ଛୁଇଁଛି ।
କେବଳ ଗତକାଲି ହିଁ 500 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରତିଦିନ ପାଖାପାଖି 1200 ଲୋକଙ୍କ ରକ୍ତନମୁନା ପରୀକ୍ଷା କରାଯାଉଛି । ତେବେ କୋରୋନାର କରାଳରୂପକୁ ଦେଖି ଫ୍ରାନ୍ସ ସରକାର ସହରର ଗୋଟିଏ ସ୍ଥାନରେ ଏକକାଳୀନ 1000 ଲୋକଙ୍କ ଏକାଠୀ ହେବାକୁ ରୋକ ଲଗାଇଛନ୍ତି ।
ସେପଟେ କୋରୋନାକୁ ଲକ୍ଷ୍ୟ କରି ଫ୍ରାନ୍ସ ସରକାର ଦେଶରେ ଆଲର୍ଟ ଜାରି କରିଛନ୍ତି ।
@IANS