ପ୍ୟାରିସ: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲସ ସରକୋଜୀ । ପ୍ୟାରିସର ଏକ କୋର୍ଟ ସରକୋଜୀଙ୍କୁ ନିଜ କାର୍ଯ୍ୟାଳୟରେ ଜଣେ ଜଜଙ୍କୁ ବେଆଇନ ଭାବରେ ନିଯୁକ୍ତି କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ 3 ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ।
ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ନିକୋଲସ ସରକୋଜୀଙ୍କୁ ଦୁର୍ନୀତି ମାମଲାରେ କୋର୍ଟ 3 ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ଦଣ୍ଡାଦେଶରେ 2 ବର୍ଷର ନିଲମ୍ବନ ସାମିଲ ରହିଛି । ଏହାର ଅର୍ଥ ସରକୋଜୀଙ୍କୁ ଜେଲ ଯିବାର ସମ୍ଭାବନା କମ ରହିଛି । ସେ ସର୍ବୋଚ୍ଚ ଅଦାଲତରେ ଅପିଲ କରିପାରିବେ । ତାଙ୍କ ବିରୋଧରେ କୌଣସି ଗିରଫ ପରୱାନା ଜାରି କରାଯାଇନାହିଁ । ସେପଟେ ଏହି ମାମଲାରେ ନିଜକୁ ଦୋଷମୁକ୍ତ କହିଛନ୍ତି ସରକୋଜୀ ।
କୋର୍ଟଙ୍କ ଏହି ରାୟ 66 ବର୍ଷୀୟ ସରକୋଜୀଙ୍କ ରାଜନୈତିକ କ୍ୟାରିଅରକୁ ବଡ ଝଟକା । ସରକୋଜୀ 2007ରୁ 2012 ଯାଏଁ ଫ୍ରାସରେ ଶାସନ କରିଛନ୍ତି ।