ETV Bharat / international

14ଟି ଦେଶକୁ ବିମାନ ସେବା ପାଇଁ ଅନୁମତି ଦେଲା ୟୁଏଇ, ବାଦ ପଡିଲା ଆମେରିକା

author img

By

Published : Jul 1, 2020, 10:50 AM IST

ଆଜି ଠାରୁ ୟୁରୋପ ସୀମାରେ ଉଡିବ ଅନ୍ତର୍ଜାତୀୟ ବିମାନ । ଏଥିପାଇଁ 14ଟି ଦେଶକୁ ଅନୁମତି ଦେଇଛି ୟୁଏଇ । ଅଧିକ ପଢନ୍ତୁ...

14ଟି ଦେଶକୁ ବିମାନ ସେବା ପାଇଁ ଅନୁମତି ଦେଲା ୟୁଏଇ

ଲଣ୍ଡନ: ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ଅନୁମତି ଦେଲା ୟୁରୋପିଆନ ସଂଘ । ଆଜି ଠାରୁ ୟୁରୋପ ଆକାଶ ମାର୍ଗରେ ଉଡାଣ ଭରିବାକୁ 14ଟି ଦେଶକୁ ଅନୁମତି ମିଳିଛି । କୋରୋନା ସଂକ୍ରମଣ ପାଇଁ ଆନ୍ତର୍ଜାତିକ ବିମାନ ସେବାକୁ ବନ୍ଦ ରଖାଯାଇଥିଲା । ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବିମାନ ସେବା ଆରମ୍ଭ କରିଛି ୟୁଏଇ ।

ୟୁରୋପିଆନ ସଂଘ ଖୁବଶୀଘ୍ର ଚୀନ ପାଇଁ ସୀମା ଖୋଲିପାରେ । କିନ୍ତୁ ଆମେରିକାରେ କୋରୋନା ସଂକ୍ରମଣ ମାମଲା ସର୍ବାଧିକ ରହିଥିବାରୁ ଆଗାମୀ 2 ସପ୍ତାହ ସୀମା ଖୋଲାଯିବ ନାହିଁ । ଋଷିଆ, ବ୍ରାଜିଲ ଓ ଭାରତ ଭଳି କୋରୋନା ପ୍ରଭାବିତ ଦେଶର ଯାତ୍ରୀଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ମଙ୍ଗଳବାର ଏନେଇ ସୂଚନା ମିଳିଛି ।

କୋରୋନା ଭାଇରସ ପାଇଁ ୟୁରୋପର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଗ୍ରୀସ, ଇଟାଲୀ ଓ ସ୍ପେନ ଭଳି ଦକ୍ଷିଣ ୟୁରୋପୀୟ ୟୁନିଅନର ଦେଶଗୁଡିକ ପର୍ଯ୍ୟଟନ ଶିଳ୍ପଗୁଡିକୁ ପୁନର୍ଜୀବିତ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ।

ୟୁରୋପିଆନ ସଂଘର 27 ଟି ସଦସ୍ୟ ଦେଶର ନାଗରିକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଯେଉଁଥିରେ ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା, ଜର୍ଜିଆ, ଜାପାନ, ମୋଣ୍ଟେନେଗ୍ରୋ, ମୋରୋକୋ, ନ୍ୟୁଜିଲ୍ୟାଣ୍ଡ, ରୁୱାଣ୍ଡା, ସର୍ବିଆ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ, ଟ୍ୟୁନିସିଆ ଏବଂ ଉରୁଗୁଏ ସାମିଲ।

ୟୁରୋପୀୟ ସଂଘ ଅନୁଯାୟୀ, ଏହି ତାଲିକାକୁ ପ୍ରତି 14 ଦିନରେ ଅପଡେଟ କରିବାକୁ ପଡିବ । ଏଥିରେ ନୂତନ ଦେଶ ଯୋଡି ହୋଇପାରିବ କିମ୍ବା କିଛି ଦେଶ ତାଲିକାରୁ ହଟାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.