ETV Bharat / international

କୋରୋନା ଏବେ ବି ପ୍ରାଥମିକ ପର୍ଯ୍ୟାୟରେ, ଆଗକୁ ସାଙ୍ଘାତିକ ହେବ ସ୍ଥିତି: ବିଶେଷଜ୍ଞ - କୋରୋନାର ଦ୍ବିତୀୟ ପର୍ଯ୍ୟାୟ

ସମଗ୍ର ବିଶ୍ବରେ କୋରୋନାର ପ୍ରାଥମିକ ପର୍ଯ୍ୟାୟ ଜାରି ରହିଛି । ଏହାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଲେ ପରିସ୍ଥିତି ଅତି ସାଙ୍ଘାତିକ ହେବ ବୋଲି ସ୍ବାସ୍ଥ୍ୟବିଶେଷଜ୍ଞ ମତ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଏବେ ବି ପ୍ରାର୍ଥମିକ ପର୍ଯ୍ୟାୟରେ
କୋରୋନା ଏବେ ବି ପ୍ରାର୍ଥମିକ ପର୍ଯ୍ୟାୟରେ
author img

By

Published : Sep 16, 2020, 2:01 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବର ପ୍ରାୟ 200ଟି ଦେଶକୁ କବଳିତ କରି ରଖିଛି କୋରୋନା । ପ୍ରାୟ 2.8 କୋଟି ଲୋକେ ସଂକ୍ରମିତ ହୋଇଛନ୍ତି । ତେବେ କୋରୋନା ବର୍ତ୍ତମାନ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଏହାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଲେ ଅତି ଭୟଙ୍କର ରୂପ ନେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡେଭିଡ ନାବାରୋ ବ୍ରିଟେନ ସଂସଦର ହାଉସ ଅଫ କମନ୍ସର ବୈଦେଶିକ ବ୍ୟାପାର କମିଟିକୁ ସୂଚନା ଦେଇ କହିଛନ୍ତି, କୋରୋନାର ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟ ଅତି ସାଙ୍ଘାତିକ ରୂପ ନେବ । ଖାସ କରି ସେ ୟୁରୋପ ଅତି ଜଟିଳ ପରିସ୍ଥିତି ନେଇପାରେ ବୋଲି ଆଶଙ୍କା କରିଛନ୍ତି ।

ଡେଭିଡ ନାବାରୋ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ୱତନ୍ତ୍ର ପ୍ରତିନିଧି ତଥା ସମ୍ମାନଜନକ ୟୁକେ ଇମ୍ପେରିଆଲ୍ କଲେଜ ଲଣ୍ଡନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ଲୋବାଲ୍ ହେଲଥ ଇନୋଭେସନର ସହ-ନିର୍ଦ୍ଦେଶକ ।

ଡେଭିଡ ବ୍ରିଟେନର ସଂସଦରେ କହିଛନ୍ତି ଯେ, ଯେହେତୁ କୋରୋନା ଭୂତାଣୁ ଅନିୟନ୍ତ୍ରିତ ହୋଇପଡିଛି, ବର୍ତ୍ତମାନ ବିଶ୍ବ ଅର୍ଥନୀତି ହ୍ରାସ ଯେତିକି ହ୍ରାସ ପାଇଛି ଆଗକୁ ଆହୁରି ହ୍ରାସ ଘଟି ପାରେ । ସେ କହିଛନ୍ତି ବର୍ତ୍ତମାନର ପରିସ୍ଥିତି ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର ଅପେକ୍ଷା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି ।

WHOର ସ୍ୱତନ୍ତ୍ର ପ୍ରତିନିଧି ଡେଭିଡ ନାବାରୋ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ, WHO ମୁଖ୍ୟଙ୍କୁ ଚୀନ୍ କିଣିଛି । ଏଥିପାଇଁ ଏହି ସଂସ୍ଥା କୋରୋନା ମହାମାରୀ ଉପରେ ଉପଯୁକ୍ତ ପଦକ୍ଷେପ ନେଇପାରିବ ନାହିଁ । ଡେଭିଡ କହିଛନ୍ତି ଭୂତାଣୁ ଅର୍ଥନୀତିରେ ଏତେ କ୍ଷତି ଘଟାଇଛନ୍ତି ଯେ ଗରିବଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ମହାମାରୀର ମଧ୍ୟଭାଗରେ ମଧ୍ୟ ପହଞ୍ଚି ନାହୁଁ, ଏହା କେବଳ ଆରମ୍ଭ ବୋଲି ସେ ଚେତାଇ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.