ETV Bharat / international

ଇଟାଲୀ ଅଣାୟତ୍ତ: କୋରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା - Covid-19 latest news

ଚୀନର ମୋଟ କୋରୋନା ମୃତ୍ୟୁ ସଂଖ୍ୟାକୁ ଟପିଗଲାଣି ଇଟାଲୀ କୋରୋନା ମୃତ୍ୟୁ ସଂଖ୍ୟା । 60 ନିୟୁତ ଜନସଂଖ୍ୟା ବିଶିଷ୍ଟ ଇଟାଲୀରେ ଅତି କମରେ 3,405 ମୃତ୍ୟୁ ରେକର୍ଡ ହୋଇଛି, ଯାହା ଚୀନ୍ ତୁଳନାରେ ପ୍ରାୟ 150 ଅଧିକ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 20, 2020, 5:43 PM IST

ନୂଆଦିଲ୍ଲୀ: ଚୀନର ଉହାନରୁ ଉତ୍ପତ୍ତି ହୋଇଥିଲା ବିନାଶକାରୀ ମହାମାରୀ ‘କୋରୋନା’ । ଧିରେ ଧିରେ ଚୀନରୁ ପାଦ କାଢି ଅନ୍ୟ ଦେଶମାନଙ୍କରେ କାୟା ବିସ୍ତାର କରିଥିଲା । ଚୀନକୁ ଏକପ୍ରକାର ଅଣାୟତ୍ତ ଓ ଉପାୟଶୂନ୍ୟ କରିଦେଇଥିବା ଭାଇରସ ଏବେ ଇଟାଲୀକୁ ଦହଗଞ୍ଜ କରୁଛି । ଚୀନର ମୋଟ କୋରୋନା ମୃତ୍ୟୁ ସଂଖ୍ୟାକୁ ଟପିଗଲାଣି ଇଟାଲୀ କୋରୋନା ମୃତ୍ୟୁ ସଂଖ୍ୟା । 60 ନିୟୁତ ଜନସଂଖ୍ୟା ବିଶିଷ୍ଟ ଇଟାଲୀରେ ଅତି କମରେ 3,405 ମୃତ୍ୟୁ ରେକର୍ଡ ହୋଇଛି, ଯାହା ଚୀନ୍ ତୁଳନାରେ ପ୍ରାୟ 150 ଅଧିକ ।

ଗୋଟିଏ ଦିନରେ 427 ଜଣଙ୍କ ମୃତ୍ୟୁ ପରେ କୋରୋନା ଭାଇରସ୍ ଅନ୍ୟ ଦେଶ ତୁଳନାରେ ଇଟାଲୀରେ ଅଧିକ ଲୋକଙ୍କୁ ମୃତ୍ୟୁମୁଖରେ ପକାଇଛି । କୋରୋନା ଭାଇରସରୁ ଇଟାଲୀରେ ମୃତ୍ୟୁସଂଖ୍ୟା ଗୁରୁବାର ଚୀନ୍‌କୁ ଅତିକ୍ରମ କରି ୟୁରୋପ ଏବଂ ଆମେରିକା ଆଡକୁ ଏହି ବିସ୍ତାର କରିଛି ।

ସୂଚନା ଅନୁସାରେ ଇଟାଲୀରେ ମୋଟ 41035 ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା 3405 ରହିଛି । 4440ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ଚୀନରେ ମୋଟ ମାମଲା 80967 ରହିଛି । ମୃତ୍ୟୁ ସଂଖ୍ୟା 3248 । କୋରୋନାରୁ ଚୀନରେ 71150 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଚୀନ୍ ନିଶ୍ଚିତ କରିଛି ଯେ ବୁଧବାର ଦିନ ପ୍ରଥମ ଥର ପାଇଁ ଏହାର କୌଣସି ଘରୋଇ ମାମଲା ନାହିଁ । ତୁଳନାତ୍ମକ ଭାବରେ କମ ଦିନରେ ଇଟାଲୀରେ କୋରୋନା ମୃତ୍ୟୁ ସଂଖ୍ୟା ଚୀନକୁ ଟପି ଯାଇଛି ।

12 ମାର୍ଚ୍ଚରେ ଇଟାଲୀରେ ଲଗାଯାଇଥିବା ଲକ ଡାଉନ୍ 25 ମାର୍ଚ୍ଚରୁ ମାର୍ଚ୍ଚ ଶେଷ ତାରିଖଠାରୁ ବୃଦ୍ଧି କରାଯାଇଛି | ପ୍ରାୟ ସମସ୍ତ ଇଟାଲୀୟଙ୍କୁ ଘରେ ରହିବାକୁ କୁହାଯାଇଛି । ଏହି ପଦକ୍ଷେପ ସତ୍ତ୍ବେ ନୂତନ ମାମଲା ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ,ବାର୍ ରେଷ୍ଟୁରାଣ୍ଟ ଏବଂ ଅଧିକାଂଶ ଦୋକାନ ବନ୍ଦ ହୋଇଯାଇଛି |

ଏବେ ସାରା ବିଶ୍ବରେ କୋରୋନା ସଂକ୍ରମଣ ରିପୋର୍ଟ 252762 ରହିଛି । କୋରୋନାରେ ଆକ୍ରାନ୍ତ ହୋଇ 10405 ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପଟେ 89060ରୁ ଉର୍ଦ୍ଧ୍ବ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.