ଲଣ୍ଡନ: ଦିନକୁ ଦିନ ଭୟଙ୍କରରୁ ଅତି ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ସମଗ୍ର ବିଶ୍ବରେ 4 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 21 ହଜାର ଲୋକ ଏହି ଭାଇରସ କାରଣରୁ ମୃତ୍ୟୁବରଣ କରିସାରିଲେଣି । ତେବେ ଗତ ବୁଧବାର ବ୍ରିଟେନର ଜଣେ 21 ବର୍ଷୀୟ ଯୁବତୀଙ୍କର ଏହି ଭାଇରସ କାରଣରୁ ମୃତ୍ୟୁ ଘଟିଛି ।
ତେବେ କୁହାଯାଇଛି ଯେ ଯୁବତୀ ଜଣଙ୍କ ବ୍ରିଟେନର ସବୁଠାରୁ କମ ବୟସର କୋରୋନା ଆକ୍ରାନ୍ତ ଥିଲେ । ତେବେ ବ୍ରିଟେନର ବକିଂଧମଶାୟରରେ ରହୁଥିବା ଚଲୋଇ ମିଡଟ୍ଲନଙ୍କ ମା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।