ETV Bharat / international

କୋରୋନା ମୁକାବିଲା: ଦ୍ରୁତଗାମୀ ଟ୍ରେନରେ ପରିବର୍ତ୍ତିତ ଫ୍ରାନ୍ସ - ଫ୍ରାନ୍ସରେ କୋରୋନା ମୁକାବିଲା

ମୃତ୍ୟୁ ଯନ୍ତାରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦ୍ରୁତ ବେଗରେ ଆଗେଇ ଚାଲିଛି ଫ୍ରାନ୍ସ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଜଣା ଯାଉଥିବା ଫ୍ରାନ୍ସରେ କୋରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ହାର ମାନିନାହାନ୍ତି ଦେଶବାସୀ ।

corona virus news, corona response in france, corona in france, କୋରୋନା ଭାଇରସ ନ୍ୟୁଜ୍‌, ଫ୍ରାନ୍ସରେ କୋରୋନା ମୁକାବିଲା, ଫ୍ରାନ୍ସରେ କୋରୋନା
କୋରୋନା ମୁକାବିଲା: ଦ୍ରୁତଗାମୀ ଟ୍ରେନରେ ବଦଳିଲା ଫ୍ରାନ୍ସ
author img

By

Published : Apr 5, 2020, 8:58 PM IST

ପ୍ୟାରିସ: ମୃତ୍ୟୁ ଯନ୍ତାରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦ୍ରୁତ ବେଗରେ ଆଗେଇ ଚାଲିଛି ଫ୍ରାନ୍ସ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଜଣା ଯାଉଥିବା ଫ୍ରାନ୍ସରେ କୋରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ହାର ମାନିନାହାନ୍ତି ଦେଶବାସୀ । ଏକତା ବଳରେ ମାଡି ଚାଲିଛନ୍ତି କୋରୋନାକୁ ପରାସ୍ତ କରିବା ଲକ୍ଷ୍ୟ ନେଇ । ଯାହାକୁ ପ୍ରତିନିଧିତ୍ବ କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ।

ଦେଶରେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଓ ଶଯ୍ୟାର ଅଭାବ ଦେଖାଦେଇଥିବା ବେଳେ ପ୍ରତିକାର ସ୍ବରୂପ ଦେଶକୁ ମୋବିଲାଇଜ କରିଛନ୍ତି ରାଷ୍ଟ୍ରପତି । ମୋବାଇଲ କେୟାର ୟୁନିଟ ପାଇଁ ଦେଶର ଟ୍ରେନ, ହେଲିକପ୍ଟର, ଜେଟ ଏବଂ ଯୁଦ୍ଧ ଜାହାଜ ଗୁଡିକ ବ୍ୟବହାର କରାଯାଇଛି । ଫଳରେ ଦେଶର ଡାକ୍ତରଖାନା ଓ ଘରୋଇ ହସ୍ପିଟାଲ ଗୁଡିକୁ ମିଳିଛି ସାମାନ୍ୟ ଆଶ୍ବସ୍ତି ।

ତେବେ ପ୍ରସ୍ତୁତ ହୋଇଥିବା ଏହି ମୋବାଇଲ କେୟାର ୟୁନିଟରେ ରୋଗୀମାନଙ୍କୁ ପ୍ରାଥମିକସ୍ତରରେ ଚିକିତ୍ସା କରାଯାଏ । ସେପଟେ ଦେଶବାସୀଙ୍କ ସୁରକ୍ଷା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ରାଷ୍ଟ୍ରରତି ଇମାନୁଏଲ ମାକ୍ରୋନ ।

ସୂଚନା ଅନୁଯାୟୀ ଫ୍ରାନ୍ସରେ ବର୍ତ୍ତମାନ କୋରୋନା ମୃତ୍ୟ ସଂଖ୍ୟା 7ହଜାର ପାର କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 7500ରୁ ଅଧିକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.