ETV Bharat / international

ଅର୍ଦ୍ଧାଧିକ ବୈଶ୍ବିକ ୱାର୍କ ଫୋର୍ସ ଉପରେ ଘନେଇଛି କୋରୋନା ବିପଦ - କୋରୋନାର ଆର୍ଥିକ ପ୍ରଭାବ

ବିଶ୍ବ ପାଇଁ ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣ ଏବେ ବୈଶ୍ବିକ ସ୍ତରରେ ସୃଷ୍ଟି କରିଛି ଅତି ଭୟଙ୍କର ପରିସ୍ଥିତି । କେବଳ ସ୍ବାସ୍ଥ୍ୟ ନୁହେଁ ଏହି ମହାମାରୀ ଏବେ ଆର୍ଥିକ ସ୍ତରରେ ମଧ୍ୟ ପ୍ରଳୟଙ୍କରୀ ପ୍ରଭାବ ପକାଇଛି ।

global workforce on threat of corona, economical effect of corona pandemic, coronavirus news, ବୈଶ୍ବିକ ୱାର୍କ ଫୋର୍ସ ଉପରେ କୋରୋନା ଆତଙ୍କ, କୋରୋନାର ଆର୍ଥିକ ପ୍ରଭାବ, କୋରୋନା ଭାଇରସ ନ୍ୟୁଜ୍‌
ଅର୍ଦ୍ଧାଧିକ ବୈଶ୍ବିକ ୱାର୍କ ଫୋର୍ସ ଉପରେ ଘନେଇଛି କୋରୋନା ବିପଦ
author img

By

Published : May 2, 2020, 10:59 PM IST

ଜେନିଭା: ବିଶ୍ବ ପାଇଁ ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣ ଏବେ ବୈଶ୍ବିକ ସ୍ତରରେ ସୃଷ୍ଟି କରିଛି ଅତି ଭୟଙ୍କର ପରିସ୍ଥିତି । କେବଳ ସ୍ବାସ୍ଥ୍ୟ ନୁହେଁ ଏହି ମହାମାରୀ ଏବେ ଆର୍ଥିକ ସ୍ତରରେ ମଧ୍ୟ ପ୍ରଳୟଙ୍କାରୀ ପ୍ରଭାବ ପକାଇଛି । ବିଶ୍ବର ଅର୍ଦ୍ଧାଧିକ କ୍ଷେତ୍ରରେ ବର୍ତ୍ତମାନ ଲୋକେ ନିଜ ଚାକିରୀରୁ ହାତ ଧୋଇ ବସିଥିବା ବେଳେ ସୃଷ୍ଟି ହୋଇଛି ବେରୋଜଗାରୀର ନୂଆ ଚିତ୍ର । ଏନେଇ ଅନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନ (ଆଇଏଲଓ) ଏକ ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟ ମୁତାବକ କୋରୋନା ସଂକ୍ରମଣ ପାଇଁ ବର୍ତ୍ତମାନ ବିଶ୍ବରେ 1.6 ବିଲିୟନ କର୍ମଚାରୀଙ୍କ ଚାକିରୀରେ ବିପଦ ସୃଷ୍ଟି ହୋଇଛି । ସେହିପରି 436 ମିଲିୟନ ଉଦ୍ୟୋଗ କ୍ଷେତ୍ରରେ ଦେଖାଦେଇଛି ବିପତ୍ତି । ଏହି ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି କି ବର୍ଷର ଦ୍ବିତୀୟ ତ୍ରୈମାସିକ ଭାଗରେ କର୍ମଚାରୀଙ୍କ କାର୍ଯ୍ୟ ସମୟରେ ତୀବ୍ର ଅବନତି ଘଟିପାରେ । ଯାହା ପୂର୍ବ ନିର୍ଦ୍ଧାରିତ ଆକଳନର ସମ୍ପୂର୍ଣ୍ଣ ବିପରୀତ । 2019ର ଶେଷ ତ୍ରୈମାସିକ ଭାଗରେ ହୋଇଥିବା କ୍ଷତି ତୁଳନାରେ ବର୍ତ୍ତମାନ 10.5 ପ୍ରତିଶତ ଅଧିକ କ୍ଷତି ହେବା ନେଇ ଆକଳନ ହୋଇଛି ।

ଏହି ଆକଳନ ଅନୁଯାୟୀ ବିଶ୍ବରେ 305 ମିଲିୟନ ଫୁଲ-ଟାଇମ ଜବ ବର୍ତ୍ତମାନ ବିପଦ ସଙ୍କେତ ଘେରରେ ରହିଥିବା ଜଣାପଡିଛି । ପୂର୍ବ ମାସରେ ଏହି ମାତ୍ରା 6.7 ପ୍ରତିଶତ ଅର୍ଥାତ 195 ମିଲିୟନ ଫୁଲ-ଟାଇମ ଜବ ଉପରେ ବିପଦ ରହିଥିବା ଜଣାପଡିଥିଲା । ତେଣୁ ଯଦି ଏହିପରି ଅବସ୍ଥା ଲାଗି ରୁହେ ତେବେ ଆଗାମୀ ଦିନରେ ବିଶ୍ବର ଅର୍ଦ୍ଧାଧିକ ଚାକିରୀ ପ୍ରତି ବିପଦ ସୃଷ୍ଟି ହେବ ସେଥିରେ ସନ୍ଦେହ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.