ETV Bharat / international

କୋରୋନା ତାଣ୍ଡବ: ଗତ 24 ଘଣ୍ଟାରେ ଋଷରେ 57 ମୃତ

author img

By

Published : May 3, 2020, 3:37 PM IST

ଋଷରେ କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ରୂପେ ବ୍ୟାପିବାରେ ଲାଗିଛି । ଦେଶର ସ୍ଥିତି ଦିନକୁଦିନ ଗମ୍ଭୀର ହୋଇହୋଇ ଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 1 ଲକ୍ଷ 24 ହଜାର 54 ଜଣ ସଂକ୍ରମିତ ହୋଇଥିବାବେଳେ, 1222 ଲୋକ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

1222 deaths so far
ଗତ 24 ଘଣ୍ଟା ମଧ୍ୟରେ ଋଷରେ 9ରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ

ମସ୍କୋ: ଶନିବାର ଋଷରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ 24 ଘଣ୍ଟା ଭିତରେ 9 ହଜାର 623ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ 57 ଜଣ ମୃତ୍ୟୁ ବରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନଙ୍କ ସମେତ ଏପର୍ଯ୍ୟନ୍ତ କୋରୋନାରେ ମୋଟ 1 ଲକ୍ଷ 24 ହଜାର 54 ଜଣ ସଂକ୍ରମିତ ହୋଇଛନ୍ତି ।

ଋଷର ରାଜଧାନୀ ମସ୍କୋ ବର୍ତ୍ତମାନ କୋରୋନା ଭାଇରସର ଏକ ହଟସ୍ପଟ ହୋଇ ରହିଛି । ମସ୍କୋରେ ଲୋକମାନେ କୋରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ମସ୍କୋର ମେୟର ସେଜୁ ସୋବାୟାନିନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ମସ୍କୋର ଜନସଂଖ୍ୟାର ପ୍ରାୟ 2% ଅର୍ଥାତ୍ 2 ଲକ୍ଷ 53 ହଜାର 800 ଲୋକ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇପାରନ୍ତି। ଏଥି ସହିତ, ଋଷରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 40 ଲକ୍ଷ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଛି।

ଶନିବାର କେବଳ ମସ୍କୋରେ ସର୍ବାଧିକ ମୃତ୍ୟୁ ଘଟିଛି । ଋଷର ଅନ୍ୟ ଅଞ୍ଚଳରେ 20 ଜଣଙ୍କର ମୃତ୍ୟୁ ଘଟିଛି । ଋଷରେ କୋରୋନା କାରଣରୁ ଏପର୍ଯ୍ୟନ୍ତ 1222 ଲୋକ ପ୍ରାଣ ହରାଇଛନ୍ତି । ଦେଶର ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଶ୍ମଶାନ ନିର୍ମାଣ କରାଯାଇଛି, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାପୂର୍ବରୁ ଋଷ 20 ଦିନରେ କୋରୋନା ସଂକ୍ରମିତ ପାଇଁ 10 ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରି ଚୀନ୍‌ର ରେକର୍ଡ ଭାଙ୍ଗିଛି । କରୋନା ସହ ମୁକାବିଲା ପାଇଁ ସରକାର ବଡ ପ୍ରସ୍ତୁତି ଆରମ୍ଭ କରୁଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.