ETV Bharat / international

ବ୍ରେକ୍ସିଟ ଦିବସ: 47ବର୍ଷ ପରେ ୟୁରୋପୀୟ ସଂଘରୁ ଅଲଗା ହେଲା ବ୍ରିଟେନ

author img

By

Published : Feb 1, 2020, 10:29 AM IST

ଶେଷରେ ୟୁରୋପୀୟ ସଂଘରୁ ଅଲଗା ହେଲା ବ୍ରିଟେନ । ଶୁକ୍ରବାର ରାତ୍ର 11ଟା ସମୟରେ ବ୍ରିଟେନ ଆନୁଷ୍ଠାନିକ ଭାବେ ୟୁରୋପୀୟ ସଂଘରୁ ବିଦାୟ ନେଇଛି । ଅଧିକ ପଢନ୍ତୁ...

brexit-done
ଫାଇଲ ଫଟୋ

ଲଣ୍ଡନ: ଶେଷରେ ୟୁରୋପୀୟ ସଂଘରୁ ଅଲଗା ହେଲା ବ୍ରିଟେନ । ଶୁକ୍ରବାର ରାତି ୧୧ଟା ବେଳେ ବ୍ରିଟେନ ଆନୁଷ୍ଠାନିକ ଭାବେ ୟୁରୋପୀୟ ସଂଘରୁ ବିଦାୟ ନେଇଛି । 31 ଜାନୁଆରୀରେ ଅଲଗା ହେବା ନେଇ ପୂର୍ବରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ଦୀର୍ଘ 47 ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗି ୟୁରୋପୀୟ ସଂଘରୁ ନିଜକୁ ଅଲଗା କରିନେଇଛି ବ୍ରିଟେନ । ଏଥିପାଇଁ ତିନି ବର୍ଷ ତଳେ ବ୍ରିଟେନବାସୀ ସହମତି ପ୍ରକାଶ କରିଥିଲେ । ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବ୍ରେକ୍ସିଟକୁ କାର୍ଯ୍ୟକାରୀ କରିବେ ବୋଲି ସଂକଳ୍ପ ନେଇଥିଲେ । ଏହାସହ ୟୁରୋପୀୟ ସଂଘର ତିନି ପ୍ରମୁଖ ମଧ୍ୟ ଏହାକୁ ସ୍ବାଗତ କରିବା ସହ ବ୍ରିଟେନ ପାଇଁ ଏହା ଏକ ନୂଆ ସକାଳ ବୋଲି କହିଛନ୍ତି । ୟୁରୋପୀୟ ସଂଘରୁ ଅଲଗା ହେବା ପରେ ବ୍ରିଟେନ ଆଗକୁ ଆଉ କାହା ଆଗରେ ନଇଁବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।

ୟୁରୋପୀୟ ସଂଘ ଆୟୋଗର ଅଧ୍ୟକ୍ଷ ଉରସୁଲା ବୋନ ଡେର ଲେୟନ କହିଥିଲେ,ଆମେ ବ୍ରିଟେନ ସହ ଯଥାସମ୍ଭବ ଭଲ ସମ୍ପର୍କ ଚାହୁଁ ଓ ଆମେ ଯଥା ସମ୍ଭବ ବ୍ରିଟେନକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିବୁ । ଆମ ଅନୁଭବ ଅନୁସାରେ, ଅନନ୍ୟ ଏକତାରେ ଯେଉଁ ଶକ୍ତି ଅଛି ତାହା ଏକା ରହିବାରେ ନାହିଁ ।

ୟୁରୋପୀୟ ସଂଘ ହେଉଛି, ୟୁରୋପ ମହାଦେଶର ୨୭ଟି ଦେଶର ଏକ ଆର୍ଥିକ ଓ ରାଜନୈତିକ ସଙ୍ଗଠନ । ଦେଶବାସୀଙ୍କ ପାଇଁ ସବୁପ୍ରକାର ସୁବିଧା ସହଯୋଗ ଲାଗି ଏହି ଦେଶମାନେ ଏହି ସଙ୍ଗଠନ ଗଠନ କରିଥିଲେ ।

ବ୍ରେକ୍ସିଟ୍ ଲାଗୁ ହେବା ପରେ ଭାରତ ସହ ବ୍ରିଟେନର ସମ୍ପର୍କ ମଜଭୁତ ହେବ ବୋଲି ମତପ୍ରକାଶ ପାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.