ETV Bharat / international

ବ୍ରାଜିଲ ରାଷ୍ଟ୍ରପତିଙ୍କ କୋରୋନା ରିପୋର୍ଟ ତୃତୀୟ ଥର ପାଇଁ ପଜିଟିଭ

author img

By

Published : Jul 23, 2020, 1:19 PM IST

କୋରୋନା ଭାଇରସ ପାଇଁ ଚିକିତ୍ସିତ ହେଉଥିବା ବୋଲସନାରୋଙ୍କ ସ୍ବାସ୍ଥ୍ୟଅବସ୍ଥାରେ ସୁଧାର ଆସିନାହିଁ । ରାଷ୍ଟ୍ରପତି ବୋଲସନାରୋଙ୍କ କୋରୋନା ଟେଷ୍ଟ ରିପୋର୍ଟ ତୃତୀୟ ଥର ପାଇଁ ପଜିଟିଭ ଆସିଛି।

ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ
ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । କୋରୋନା ଭାଇରସ ପାଇଁ ଚିକିତ୍ସିତ ହେଉଥିବା ବୋଲସନାରୋଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନାହିଁ । ବୋଲସନାରୋଙ୍କ କୋରୋନା ଟେଷ୍ଟ ରିପୋର୍ଟ ତୃତୀୟ ଥର ପାଇଁ ପଜିଟିଭ ଆସିଛି। ତେବେ ବର୍ତ୍ତମାନ ସେ ଆଇସୋଲେସନରେ ହିଁ ରହିବେ ବୋଲି ସୂଚନା ଦେଇଛନ୍ତି ।

କୋରୋନାରେ ଆକ୍ରାନ୍ତ ହେବା ପରେ ବୋଲସନାରୋ ବ୍ରାଜିଲିଆର ଆଲଭୋରାଡା ପ୍ୟାଲେସରେ ଅଛନ୍ତି । ତାଙ୍କ ସହ ଡାକ୍ତରୀ ଦଳ ମଧ୍ୟ ରହି ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ଗତକାଲି ତୃତୀୟ ଥର ପାଇଁ ତାଙ୍କର କୋରୋନା ପରୀକ୍ଷଣ ହୋଇଥିଲା । ତେବେ ପୁନର୍ବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।

ବୋଲସନାରୋ ଜୁଲାଇ 7ରେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ନିଜେ ଘୋଷଣା କରିଥିଲେ । ଜ୍ୱର ଏବଂ ସାଧାରଣ ଅସ୍ୱାଭାବିକତା ପରେ ସେ ବ୍ରାଜିଲର ସଶସ୍ତ୍ର ବାହିନୀ ଡାକ୍ତରଖାନାରେ କୋରୋନା ପରୀକ୍ଷଣ କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେବେଠାରୁ ସେ ତାଙ୍କ ବାସଭବନରୁ କାର୍ଯ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.