ETV Bharat / international

ବ୍ରାଜିଲରେ 80 ହଜାର ମୁହାଁ କୋରୋନା ମୃତ୍ୟୁ ସଂଖ୍ୟା

ବ୍ରାଜିଲରେ କୋରୋନାର ଭୟଙ୍କର ରୂପ । ଗତ 24 ଘଣ୍ଟାରେ ପୁଣି ଗଲା 631 ଜଣଙ୍କ ଜୀବନ । ଗତ କିଛି ପୂର୍ବରୁ ମୃତ୍ୟୁ ସଂଖ୍ୟା 1000 ଉପରେ ରହୁଥିଲା । ଅଧିକ ପଢନ୍ତୁ...

author img

By

Published : Jul 13, 2020, 8:01 AM IST

ବ୍ରାଜିଲରେ 80 ହଜାର ମୁହାଁ କୋରୋନା ମୃତ୍ୟୁ ସଂଖ୍ୟା
ବ୍ରାଜିଲରେ 80 ହଜାର ମୁହାଁ କୋରୋନା ମୃତ୍ୟୁ ସଂଖ୍ୟା

ବ୍ରାସିଲା: ବ୍ରାଜିଲରେ କୋରୋନାର ଭୟଙ୍କର ସ୍ଥିତି । ଆମେରିକା ପରେ ବ୍ରାଜିଲରେ ସାଙ୍ଘାତିକ ଭାବେ ବଢୁଛି ସଂକ୍ରମଣ ମାମଲା ସାଙ୍ଗକୁ ମୃତ୍ୟୁହାର । ଗତ 24 ଘଣ୍ଟାରେ ପୁଣି 630 ସଂକ୍ରମିତଙ୍କ ଜୀବନ ନେଲା କୋଭିଡ । ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 72000 ପାର କରିଛି । ଯେଉଁଭଳି ଭାବେ ଦେଶରେ ମୃତ୍ୟୁ ସଂଖ୍ୟା ବଢୁଛି, ଲାଗୁଛି ଅଳ୍ପ କିଛି ଦିନ ମଧ୍ୟରେ 80 ହଜାର କରିବ ।

ବ୍ରାଜିଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ, ଗତ 24 ଘଣ୍ଟାରେ ପୁଣି 24 ହଜାର 831 ନୂତନ ମାମଲା ସୃଷ୍ଟି ହୋଇଛି । 631 ଜଣ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି । ବ୍ରାଜିଲରେ ମୋଟ 72 ହଜାର 100 ଜଣ ସଂକ୍ରମିତଙ୍କ ଜୀବନ ନେଇଛି କୋଭିଡ । ସଂକ୍ରମିତ ମାମଲା 1,864,681ରେ ପହଞ୍ଚିଛି ।

ଶନିବାର ଗୋଟିଏ ଦିନରେ ସର୍ବାଧିକ 39 ହଜାର ନୂତନ ମାମଲା ରିପୋର୍ଟ କରାଯାଇଥିଲା । ଗୋଟିଏ ଦିନରେ 1,071 ଜଣଙ୍କ ଜୀବନ ଯାଇଥିଲା । ସେହିଭଳି ଶୁକ୍ରବାର ଗୋଟିଏ ଦିନରେ 1200 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ସେହିଭଳି ଦେଶରେ ସଂକ୍ରମିତଙ୍କ ମଧ୍ୟରୁ 1.12 ମିଲିୟନ ଲୋକେ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ବିଶ୍ବରେ କୋରୋନା ସବୁଠାରୁ ଅଧିକ ପ୍ରଭାବିତ ତାଲିକାର ଶୀର୍ଷରେ ଆମେରିକା ରହିଛି । ତା ପଛକୁ ବ୍ରାଜିଲ ରହିଛି । ଆମେରିକାରେ କେବଳ ମୃତ୍ୟୁ ସଂଖ୍ୟା 1 ଲକ୍ଷ,35 ହଜାର ରିପୋର୍ଟ ହୋଇଛି । ସଂକ୍ରମିତ ମାମଲା 3.2 ମିଲିୟନରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.