ETV Bharat / international

କର୍ମକ୍ଷେତ୍ରକୁ ଫେରିବେ ନାଗରିକ, ଆହ୍ବାନ ଦେଲେ ବୋରିସ

author img

By

Published : Jul 11, 2020, 7:53 PM IST

କୋରୋନା ସ୍ଥିତି ସତ୍ତ୍ବେ ଦେଶର ଅର୍ଥନୀତିକୁ ପୁଣି ସ୍ବାଭାବିକ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ଏନେଇ ଦେଶବାସୀଙ୍କୁ ନିଜ ସୁବିଧା ମୁତାବକ କର୍ମକ୍ଷେତ୍ରକୁ ଫେରିବା ପାଇଁ ବୋରିସ ଆହ୍ବାନ ଦେଇଛନ୍ତି ।

corona situation in uk, corona update in uk, people in uk to return workplace, boris johnson, corona fight in uk, ୟୁକେରେ କୋରୋନା ସ୍ଥିତି, ୟୁକେରେ କୋରୋନା ଅପଡେଟ, କର୍ମକ୍ଷେତ୍ର ଫେରିବେ ୟୁକେବାସୀ, ବୋରିସ ଜନଶନ, ୟୁକେରେ କୋରୋନା ମୁକାବିଲା
କର୍ମକ୍ଷେତ୍ରକୁ ଫେରିବେ ନାଗରିକ, ଆହ୍ବାନ ଦେଲେ ବୋରିସ

ଲଣ୍ଡନ: କୋରୋନା ସ୍ଥିତି ସତ୍ତ୍ବେ ଦେଶର ଅର୍ଥନୀତିକୁ ପୁଣି ସ୍ବାଭାବିକ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ଏନେଇ ଦେଶବାସୀଙ୍କୁ ନିଜ ସୁବିଧା ମୁତାବକ କର୍ମକ୍ଷେତ୍ରକୁ ଫେରିବା ପାଇଁ ବୋରିସ ଆହ୍ବାନ ଦେଇଛନ୍ତି । କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ଦେଶରେ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କୁ ଏବେ ଏହି ପରିସ୍ଥିତି ସହ ଖାପ ଖୁଆଇ ନିଜ ଜୀବନ ଜିଇଁବା ଆରମ୍ଭ କରିବାକୁ ହେବ ବୋଲି ବୋରିସ ପ୍ରକାଶ କରିଛନ୍ତି ।

ଦେଶବାସୀଙ୍କୁ କର୍ମକ୍ଷେତ୍ରକୁ ଫେରିବା ନେଇ ଆହ୍ବାନ ଦେବା ସହ ଦେଶରେ ଲାଗୁ କୋରୋନା କଟକଣା ଧିରେ ଧିରେ କୋହଳ ହେବାକୁ ଯାଉଥିବା ନେଇ ବୋରିସ ଇଙ୍ଗିତ କରିଛନ୍ତି । ଅନଲାଇନ ପ୍ଲାଟଫର୍ମରେ ଜନତାଙ୍କ ପ୍ରଶ୍ନର ଉତ୍ତର ଦେଇ ବୋରିସ ଏନେଇ ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଲୋକେ ଘରୁ ବାହାରିବା ସହ କେତୋଟି ନିର୍ଦ୍ଦିଷ୍ଟ ନିୟମ ଯଥା ମାସ୍କ ଓ ଫେସ ସିଲ୍ଡର ବ୍ୟବହାର ଆଦିକୁ ବାଧ୍ୟତାମୂଳକ କରାଯାଇଛି । ତେଣେ କର୍ମକ୍ଷେତ୍ରକୁ ଫେରିବାର ଅର୍ଥ ନୁହେଁ କି ଘରଠାରୁ ବାହାରେ ସ୍ଥିତି ସ୍ବାଭାବିକ ହୋଇଯାଇଛି । ଏହାର ଅର୍ଥ ଲୋକେ ନିଜ ଦାୟିତ୍ବ ବୁଝି ନିଜେ ସତର୍କ ହେବା ସହ ପୂର୍ବ ଧାରା ଅନୁଯାୟୀ ଜୀବନ ଶୈଳୀ ସ୍ବାଭାବିକ କରିବେ ।

ତେବେ ସମସ୍ତ ନାଗରିକ କର୍ମକ୍ଷେତ୍ରକୁ ନ ଫେରି କେବଳ ସୁସ୍ଥ ନାଗରିକଙ୍କୁ କର୍ମକ୍ଷେତ୍ରକୁ ଫେରିବା ପାଇଁ ବୋରିସ ଆହ୍ବାନ ଦେଇଛନ୍ତି । ଏନେଇ ସେ ପୂର୍ବରୁ ଦିଆଯାଉଥିବା ସ୍ଲୋଗାନ ‘ଷ୍ଟେ ଆଟ୍‌ ହୋମ ଇଫ ୟୁ କ୍ୟାନ’କୁ ପରିବର୍ତ୍ତନ କରି ‘ଗୋ ବ୍ୟାକ ଟୁ ୱାର୍କ ଇଫ ୟୁ କ୍ୟାନ’ର ନାରା ଦେଇଛନ୍ତି । ଏହା ପଛରେ କାରଣ ହେଉଛି ପୂର୍ବରୁ ଅବସ୍ଥା ଭୟଙ୍କର ଥିବାରୁ ଘରୁ ବାହାରକୁ ବାହାରିବା ପାଇଁ ଲୋକଙ୍କୁ ମନା କରାଯାଉଥିଲା । ଯାହା ନା ଯେ ନାଗରିକଙ୍କୁ ମାନସିକ ବରଂ ଆର୍ଥିକ ରୂପରେ ମଧ୍ୟ କ୍ଷତି ପହଞ୍ଚାଇଛି । ଏଥିରୁ ବଞ୍ଚିବାକୁ ହେଲେ ଲୋକଙ୍କ ଏହି ନୂଆ ପରିବର୍ତ୍ତନକୁ ଗ୍ରହଣ କରି ସାଧାରଣ ଜୀବପଯାପନ ଆଡକୁ ଗତି କରିବାକୁ ହେବ ବୋଲି ବୋରିସ ମତ ଦେଇଛନ୍ତି ।

ସେପଟେ ଯଦି କାର୍ଯ୍ୟାଳୟମାନଙ୍କରେ କୋରୋନାରୁ ସୁରକ୍ଷା ପାଇଁ ଜାରି ହୋଇଥିବା ଗାଇଡଲାଇନର ପାଳନ କରାଯାଉଛି ତାହେଲେ କର୍ମଚାରୀମାନେ କର୍ମକ୍ଷେତ୍ରକୁ ଫେରି ପାରିବେ ବୋଲି ସେ ସବୁଜ ସଙ୍କେତ ଦେଇଛନ୍ତି । ଏହାଛଡା ଯେଉଁ କାର୍ଯ୍ୟାଳୟମାନଙ୍କରେ ଗାଇଡଲାଇନର ପାଳନ ହେଉନାହିଁ ସେଠାରେ ଏସବୁ ନିୟମ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବୋରିସ ନିର୍ଦ୍ଦେଶ ଦେଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.