ETV Bharat / international

G-7: ମହାମାରୀ ପରେ ଦେଶ ଗଠନକୁ ସକ୍ରିୟ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ - ବ୍ରିଟେନ ପ୍ରଧାନମନ୍ତ୍ରୀ

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ କୋଭିଡ ମହାମାରୀ ପରେ ଦେଶ ଗଠନକୁ ସକ୍ରିୟ କରିବାକୁ ବିଶ୍ବ ନେତାମାନଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

G7 summit
G7 summit
author img

By

Published : Jun 12, 2021, 10:16 AM IST

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ କୋଭିଡ ମହାମାରୀ ପରେ ଦେଶ ଗଠନକୁ ସକ୍ରିୟ କରିବାକୁ ବିଶ୍ବ ନେତାମାନଙ୍କୁ ଅନୁରୋଧ କରିଛନ୍ତି। କର୍ଣ୍ଣୱାଲରେ ଅନୁଷ୍ଠିତ G-7 ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ବ୍ରିଟେନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2008 ଆର୍ଥିକ ସଙ୍କଟର ଭୁଲରୁ ଶିଖିବା ଜରୁରୀ ଅଟେ । ଅସମାନତାର ଦାଗ ଦୂର କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଶିଖର ସମ୍ମିଳନୀରେ କୋଭିଡ ଟିକା ବଣ୍ଟନ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା ।

ତିନି ଦିନିଆ ବୈଠକରେ ଶୁକ୍ରବାର ବୋରିସ୍ ଜନସନ ସମ୍ବୋଧିତ କରିଥିଲେ । ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଉପସ୍ଥିତ ଥିଲେ । ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ କାନାଡାର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଗତ ବର୍ଷ ଆରମ୍ଭରୁ ମହାମାରୀ ଆରମ୍ଭ ହେବା ପରଠାରୁ ଏହା ହେଉଛି G-7ର ପ୍ରଥମ ମୁହାଁମୁହିଁ ଶିଖର ସମ୍ମିଳନୀ । ବିଶ୍ବର ସବୁଠୁ ବଡ ଅର୍ଥନୀତିର ପ୍ରତିନିଧିତ୍ବ କରେ G-7 । ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଏବଂ ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲ ମଧ୍ୟ ଏଥିରେ ଯୋଗଦେବେ।

ମୁଖ୍ୟ ଗୋଲ୍ ଟେବୁଲ ଆଲୋଚନାରେ ନିଜର ଉଦବୋଧନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ବ ମହାମାରୀରୁ ମୁକ୍ତି ପାଇବା ସହିତ ସମଗ୍ର ସମାଜରେ ଉନ୍ନତି ଆଣିବା ସହ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ଜରୁରୀ ଅଟେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.