ଲଣ୍ଡନ: କୋରୋନାର ବିଶାଳ ବିସ୍ତାର କବଳ ପଡିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ବାସ୍ଥ୍ୟାବସ୍ଥା ଚତୁର୍ଥ ଦିନରେ ଲଣ୍ଡନ ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଉନ୍ନତ୍ତି ଆଡକୁ ଗତି କରୁଛି । ଏବେ ଧୀରେ ଧୀରେ ସେ ଆରୋଗ୍ୟ ଲାଭ କରିଥିବା ସୂଚନା ରହିଛି ।
ସୋମବାର ରାତିରେ 55 ବର୍ଷିୟ ପ୍ରଧାନମନ୍ତ୍ରୀ ବୋରିସଙ୍କୁ ଲଣ୍ଡନର ସେଣ୍ଟ ଥୋମାସ୍ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା କାରଣ ସେ କୋରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରି ଆଇସୋଲେସନରେ ରହିବାର 10 ଦିନ ମଧ୍ୟରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା।
ବର୍ତ୍ତମାନ ତାଙ୍କୁ ଷ୍ଟାଣ୍ଡାର୍ଡ ଅକ୍ସିଜେନ ଟ୍ରିଟମେଣ୍ଟ ପଦ୍ଧତିରେ ଚିକିତ୍ସା କରାଯାଉଛି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ନାହାଁନ୍ତି କିମ୍ବା ତାଙ୍କ ଶ୍ବାସକ୍ରିୟା ପାଇଁ ଭେଣ୍ଟିଲେଟର ଆବଶ୍ୟକ କରନ୍ତି ନାହାଁନ୍ତି ।
ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅପଡେଟ୍ ପ୍ରଦାନ କରି ଡାଉନିଙ୍ଗ୍ ଷ୍ଟ୍ରିଟ୍ ମୁଖପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ହସ୍ପିଟାଲରେ ଗତ କାଲି ରାତି ଅତ୍ୟନ୍ତ ଭଲରେ କଟିଥିଲା । ସେଣ୍ଟ ଥୋମାସ୍ ହସ୍ପିଟାଲରେ ତାଙ୍କ ଚିକିତ୍ସାରେ ଉନ୍ନତି ପରିଲକ୍ଷିତ ହେଉଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ କେରୋନାଭାଇରସ୍ ମୃତ୍ୟୁ ସଂଖ୍ୟା ବୁଧବାର 938 ଜଣଙ୍କର ମୃତ୍ୟୁକୁ ରେକର୍ଡ କରି 7,097 ରେ ପହଞ୍ଚିଛି ।
@PTI