ETV Bharat / international

ବ୍ରେକ୍ସିଟ ନିଷ୍ପତ୍ତି ପକ୍କା: ବ୍ରିଟେନ ପ୍ରଧାନମନ୍ତ୍ରୀ - ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ୟୁରୋପୀଆନ ୟୁନିଅନକୁ ଚେତାବନୀ ଶୁଣାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବ୍ରେକ୍ସିଟରେ ହେବନି ବିଳମ୍ବ ।

ବ୍ରେକ୍ସିଟ ନିଷ୍ପତ୍ତି ପକ୍କା: ବ୍ରିଟେନ ପ୍ରଧାନମନ୍ତ୍ରୀ
author img

By

Published : Oct 7, 2019, 3:18 PM IST

ଲଣ୍ଡନ: ବ୍ରେକ୍ସିଟରେ ହେବନି ବିଳମ୍ବ । ସଠିକ ସମୟରେ ବାହାରିଯିବ ବ୍ରିଟେନ । ୟୁରୋପୀଆନ ୟୁନିଅନକୁ ଏପରି ଚେତାବନୀ ଶୁଣାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବ୍ରେକ୍ସିଟ ସମୟ ପାଖେଇ ଆସୁଥିବାବେଳେ ଏପରି କଡା କଥା ଶୁଣାଇଛନ୍ତି ବ୍ରିଚିଶ ପ୍ରଧାନମନ୍ତ୍ରୀ।

ନିକଟରେ ଜନସନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଟେଲିଫୋନରେ ଏହି ଚରମବାଣୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ ଯଦି ୟୁରୋପୀଆନ ୟୁନିଅନ ଭାବୁଛି ବ୍ରିଟେନ ଡେଡଲାଇନ ପାର ହେବା ପରେ ମଧ୍ୟ ଏଥିରେ ରହିବ ତେବେ ତାହା ଭୁଲ ଧାରଣା । ସେପରି କୌଣସି ସମ୍ଭାବନାର ଆଶା ନରଖିବାକୁ ୟୁନିଅନକୁ ସେ କହିଛନ୍ତି । ଏହାସହ ବ୍ରେକ୍ସିଟ ନିଷ୍ପତ୍ତି ପକ୍କା ବୋଲି ଏବଂ ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ଅକ୍ଟୋବର 31 ସୁଦ୍ଧା ଡେଡଲାଇନ ସ୍ଥିର କରିଛନ୍ତି ବୋରିସ ଜନସନ । ଏହିଦିନ ବ୍ରିଟେନ ୟୁନିଅନରୁ ଓହରିଯିବ ବୋଲି ସ୍ଥିର ହୋଇଛି । ତେବେ ବ୍ରିଟେନ ସାଂସଦଙ୍କ ଏହି ନିଷ୍ପତ୍ତିକୁ ବିରୋଧ ଫଳରେ ଏଥିରେ ବିଳମ୍ବ ହେବାର ଆଶା ସୃଷ୍ଟି ହୋଇଥିଲା । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ବାର୍ତ୍ତା ଆଗରେ ଏହା ମଉଳିଯାଇଛି । ଏବେ କେବଳ ଅକ୍ଟୋବର ଶେଷ ଦିନକୁ ଅପେକ୍ଷା ଯେଉଁଦିନ ସାରା ବିଶ୍ବ ଦେଖିବ ବିବାଦୀୟ ବ୍ରେକ୍ସିଟ।

ୟୁରୋପୀଆନ ୟୁନିଅନରୁ ବାହାରିବାକୁ ବ୍ରିଟେନବାସୀ ମଧ୍ୟ ବିରୋଧ କରୁଛନ୍ତି । ଏପରିକି ଏହା ବିରୋଧରେ ସେମାନେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ସଂଘରୁ ବାହାରିବା ଲାଗି ଏକା ଜିଦ ଧରି ବସିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.