ETV Bharat / international

ୟୁକେରେ ସ୍କୁଲ ବିଲଡିଂ ପ୍ରକଳ୍ପରେ ଖର୍ଚ୍ଚ ହେବ 1.23 ବିଲିୟନ ଡଲାର - ୟୁକେରେ ସ୍କୁଲ ବିଲଡିଂ ପ୍ରକଳ୍ପ

ଇଂଲଣ୍ଡରେ ହେବାକୁ ଥିବା 50ଟି ମୁଖ୍ୟ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟରେ 1.23ବିଲିୟନ ଡଲାର ଖର୍ଚ୍ଚ କରିବା ନେଇ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ 2021 ସେପ୍ଟେମ୍ବରରେ ଏହି ସ୍କୁଲଗୁଡିକ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି ।

education system in uk, uk latest news, school building project in uk, boris johnson, ୟୁକେରେ ଶିକ୍ଷା ବ୍ୟବସ୍ଥା, ବୋରିସ ଜନଶନ, ୟୁକେରେ ସ୍କୁଲ ବିଲଡିଂ ପ୍ରକଳ୍ପ, ୟୁକେ ଲାଟେଷ୍ଟ ନ୍ୟୁଜ୍‌
ୟୁକେରେ ସ୍କୁଲ ବିଲଡିଂ ପ୍ରକଳ୍ପରେ ଖର୍ଚ୍ଚ ହେବ 1.23 ବିଲିୟନ ଡଲାର
author img

By

Published : Jun 29, 2020, 10:53 PM IST

ଲଣ୍ଡନ: ଇଂଲଣ୍ଡରେ ହେବାକୁ ଥିବା 50ଟି ମୁଖ୍ୟ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟରେ 1.23ବିଲିୟନ ଡଲାର ଖର୍ଚ୍ଚ କରିବା ନେଇ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ 2021 ସେପ୍ଟେମ୍ବରରେ ଏହି ସ୍କୁଲଗୁଡିକ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ଏଥିସହ ଆଗାମୀ ଶିକ୍ଷାବର୍ଷ ପାଇଁ ସ୍କୁଲରେ ମରାମତି କାର୍ଯ୍ୟ ଓ ଉନ୍ନତିକରଣ ପାଇଁ ଅତିରିକ୍ତ 560 ମିଲିୟନ ପାଉଣ୍ଡ ଖର୍ଚ୍ଚ କରିବା ନେଇ ମଧ୍ୟ ବୋରିସ ସୂଚନା ଦେଇଛନ୍ତି ।

ଏଥିସହ ଏହି ବଜେଟରେ ଅତିରିକ୍ତ 200 ମିଲିୟନ ଡଲାର କେବଳ ଉଚ୍ଚ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଅଟକଳ ହୋଇଥିବା ସୂଚନା ରହିଛି । ଏହା ପଛରେ ମୂଳ ଉଦ୍ଦେଶ୍ୟ କ’ଣ ପଚରା ଯିବାରୁ ବୋରିସ କହିଥିଲେ ଯେ ସେ ଦେଶକୁ ଏପରି ଢଙ୍ଗରେ ବିକଶିତ କରିବାକୁ ଚାହୁଁଛନ୍ତି ଯେଉଁଠାରେ ସମସ୍ତଙ୍କ ବିକାଶ ପାଇଁ ଭରପୂର ସୁଯୋଗ ମହଜୁଦ ରହିବ । ଶିକ୍ଷା ସମସ୍ତ ବିକାଶର ମୂଳଦୂଆ ହୋଇଥିବାରୁ ଦେଶରେ ଶିକ୍ଷା ଭିତ୍ତିଭୂମିର ବିକାଶ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ ।

ତେବେ ବୋରିସଙ୍କ ଏହି ଘୋଷଣା ପରେ ଜନୈକ ପ୍ରଧାନଶିକ୍ଷକ କହିଥିଲେ କି ଜାତୀୟ ଅଡିଟ କାର୍ଯ୍ୟାଳୟର ସୂଚନା ମୁତାବକ ଇଂଲଣ୍ଡରେ ଥିବା ସମୁଦାୟ 21,000 ସ୍କୁଲର ମରାମତି ପାଇଁ ଅତିରିକ୍ତ 6.7 ବିଲିୟନ ପାଉଣ୍ଡର ଆବଶ୍ୟକତା ରହିଛି । କିଛି ସ୍କୁଲ ଏହି ପଦକ୍ଷେପକୁ ସ୍ବାଗତ କରି ଏହା ଅତି ଜରୁରୀ ଓ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଉଥିବା ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.