ETV Bharat / international

ଏମିତି ସହର ଯେଉଁଠି ବେଙ୍ଗଙ୍କୁ ରାସ୍ତା ପାରି କରାନ୍ତି ଲୋକ

ଆପଣ ବ୍ୟାଘ୍ର ସଂରକ୍ଷଣ, ହାତୀ ସଂରକ୍ଷଣ, ଗୌମାତା ବଞ୍ଚାଅ, ଏମିତି କି କୁକୁର ଓ ବିଲେଇ ମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା କଥା ଶୁଣିଥିବେ । ତେବେ ଆସନ୍ତୁ ଜାଣିବା ଏମିତି ଏକ ସହରର ବିଷୟରେ ଯେଉଁଠି ବେଙ୍ଗ ମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ସରକାର ଓ ବିଭିନ୍ନ ଏନଜିଓ । ଅଧିକ ପଢ଼ନ୍ତୁ...

Bonn city of Germany, frogs are being protected, people make frogs cross the road, protection of frogs, unknown facts, ଅଜଣା କଥା,  ବେଙ୍ଗଙ୍କୁ ରାସ୍ତା ପାରି କରାନ୍ତି ଲୋକ, ଜର୍ମାନୀର ବନ୍‌ ସହର, ବେଙ୍ଗଙ୍କ ସୁରକ୍ଷା, ବେଙ୍ଗଙ୍କ ପାଇଁ ସୁଡ଼ଙ୍ଗ
ଏମିତି ସହର ଯେଉଁଠି ବେଙ୍ଗଙ୍କୁ ରାସ୍ତା ପାରି କରାନ୍ତି ଲୋକ
author img

By

Published : Oct 14, 2020, 7:14 PM IST

ଜର୍ମାନୀର ପୂର୍ବତନ ରାଜଧାନୀ ବନ୍‌ ସହରରେ ଏକ ବିଚିତ୍ର ନିୟମ ରହିଛି । ଯାହାକୁ ଶୁଣିଲେ ଆମପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୀତ ଦିନ ପରେ ଆପଣ ଯଦି ବନ୍‌ ସହରରେ ପହଞ୍ଚିବେ ତେବେ ଦେଖିବେ ଯେ ଅନେକ ଲୋକ ବେଙ୍ଗ ମାନଙ୍କୁ ରାସ୍ତା ପାରି କରାଇ ଦେଉଛନ୍ତି । ବନ୍‌ ସହରରେ ଗ୍ରୀଷ୍ମ ଓ ଗରମ ବଢ଼ିବା ମାତ୍ରେ ବେଙ୍ଗ ମାନେ ଏଣେ ତେଣେ ବୁଲୁଥିବାର ଦେଖିବାକୁ ମିଳନ୍ତି । ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ବେଙ୍ଗ ମାନେ ନିଜ ଶୀତ ନିଦ୍ରାରୁ ଜାଗ୍ରତ ହୋଇ ବାହାରକୁ ବାହାରି ଆସନ୍ତି, କିନ୍ତୁ ନିଜର ଅନ୍ୟତ୍ର ଠିକଣାରେ ପହଁଞ୍ଚିବା ପୂର୍ବରୁ ସେମାନେ ଗାଡ଼ି ତଳେ ଚାପି ହୋଇ ମରି ଯାଆନ୍ତି । ଏମିତିରେ ଜର୍ମାନୀର ଅନେକ ସ୍ବୟଂସେବକ ସଙ୍ଘ ବେଙ୍ଗ ମାନଙ୍କୁ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଲେ ।

ବେଙ୍ଗଙ୍କୁ ବଞ୍ଚାଇବା ପାଇଁ କରା ଯାଉଥିବା ଉପାୟ ଗୁଡ଼ିକ ବିଷୟରେ ବନ୍ୟଜନ୍ତୁ ସଂରକ୍ଷଣ ସହ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ନିର୍ଦ୍ଦେଶକ ମୋନିକା ହଚଟେଲ କହିଛନ୍ତି ଯେ, ଅନେକ ସମୟରେ ଏମିତି ହେଉଥିଲା ଯେ ବେଙ୍ଗମାନେ ଗାଡ଼ିତଳେ ଚାପି ହୋଇ ମରି ଚାଉଥିଲେ । ଏହା ଦେଖି ଆମେ ତାଙ୍କୁ ରାସ୍ତା ପାରି କରାଇବାର ଦାୟିତ୍ବ ନେଲୁ । ବର୍ତ୍ତମାନ ଅନେକ ଗୁଡ଼ିଏ ସଂସ୍ଥା ବେଙ୍ଗ ମାନଙ୍କୁ ରାସ୍ତା ପାରି କରାଇବା କାର୍ଯ୍ୟ କରୁଛନ୍ତି ।

ବେଙ୍ଗଙ୍କ ପାଇଁ ଅନେକ ପର୍ଯ୍ୟାୟରେ କରାଯାଏ କାର୍ଯ୍ୟ

ବେଙ୍ଗ ମାନଙ୍କୁ ବଞ୍ଚାଇବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରାଯାଇଥାଏ । ବେଙ୍ଗ ମାନେଙ୍କୁ ସୁବିଧାରେ ରାସ୍ତା ପାରି କରାଇବା ପାଇଁ ରାସ୍ତା ତଳେ ସୁଡ଼ଙ୍ଗ ମାନ ତିଆରି ହୋଇଥାଏ, ଯାହାଦ୍ବାରା ସେମାନେ ଯେତେବେଳେ ଚାହିଁବେ ଆରମରେ ସଡ଼କର ଏପାରିରୁ ସେପାରି ହୋଇ ପାରିବେ । ଏହାସହ ବେଙ୍ଗ ମାନଙ୍କ ସୁରକ୍ଷା ପାଇଁ ଫେନସିଙ୍ଗ ମଧ୍ୟ ତିଆରି କରାଯାଇଛି ।

ବିଭିନ୍ନ ଏନଜିଓ ଓ ଜର୍ମାନୀ ସରକାରଙ୍କ ମିଳିତ ଉଦ୍ୟମରେ ସମ୍ପୂର୍ଣ୍ଣ ବନ୍‌ ସହରରେ 800 ଫେନସିଙ୍ଗ ତିଆରି କରାଯାଇଛି, ଯାହା ବେଙ୍ଗ ମାନଙ୍କୁ ରାସ୍ତାରେ ଚାଲୁଥିବା ଗାଡି ମାନଙ୍କ ଠାରୁ ସୁରକ୍ଷା ଦେଇଥାଏ। ଏନଜିଓ ମାନେ ପ୍ରତିଦିନ ଫେନ୍ସି ଚେକ କରନ୍ତି ଓ ବନ୍ଦ ଥିବା ବେଙ୍ଗ ମାନଙ୍କୁ ପାଖ ଜଙ୍ଗଲରେ ନେଇ ଛାଡି ଆସନ୍ତି ।

ବେଙ୍ଗଙ୍କ ସୁରକ୍ଷା ଜରୁରୀ କାହିଁକି

ବିଶେଷଜ୍ଞଙ୍କ ଅନୁସାରେ ବେଙ୍ଗଙ୍କ ପ୍ରଜାତି ବିଶାକ୍ତ ଓ କ୍ଷତିକାରକ କିଟ ପତଙ୍ଗଙ୍କୁ ଖାଆନ୍ତି, ଯାହାଦ୍ବାରା ସେମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟେ ନାହିଁ । ଏହାସହ ବେଙ୍ଗମାନେ ମଶା ମାନଙ୍କୁ ମଧ୍ୟ ଖାଇ ଦିଅନ୍ତି । ଏହିସବୁ କାରଣରୁ ବେଙ୍ଗ ମାନଙ୍କ ସୁରକ୍ଷା ଏତେ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି ବିଚାର କରାଯାଏ । ବିଶ୍ବ ସ୍ତରରେ ଦେଖିବାକୁ ଗଲେ, ବେଙ୍ଗ ମାନଙ୍କ ପ୍ରଜାତି ଜୀବିତ ରହିବା ନିହାତି ଆବଶ୍ୟକ । ବେଙ୍ଗମାନେ ଜଳରେ ଥିବା ଶୈବାଳ ମାନଙ୍କୁ ଖାଆନ୍ତି ଯାହାଦ୍ବାରା ଜଳର ଗୁଣାତ୍ମକ ମାନ ବୃଦ୍ଧି ପାଏ ।

ବେଙ୍ଗ ମାନଙ୍କ ନାଁରେ ଅଛି ସଡ଼କ

ଜର୍ମାନୀରେ କେବଳ ବ୍‌ନରେ ନୁହେଁ ଅନ୍ୟାନ୍ୟ ସହର ମାନଙ୍କରେ ମଧ୍ୟ ବେଙ୍ଗମାନଙ୍କୁ ସୁରକ୍ଷା ଦେବାର ଉପାୟ ମାନ ଅବଲମ୍ବନ କରାଯାଉଛି । ବେଙ୍ଗମାନେ ଗାଡ଼ି ତଳେ ଚାପି ହୋଇ ମରିବା ସହ ଦ୍ରୁତ ଗତିରେ ଚାଲୁଥିବା ଗାଡ଼ିର ଏୟାର ଫ୍ଲୋରେ ମଧ୍ୟ ମରିଯାଆନ୍ତି । ଯଦି ବେଙ୍ଗମାନେ 40 କିମି ପ୍ରତିଘଣ୍ଟା ବେଗରେ ଯାଉଥିବା ଗାଡ଼ିର ନିକଟ ଦେଇ ଗତି କରନ୍ତି ତେବେ ସେମାନଙ୍କର ଆଭ୍ୟନ୍ତରୀଣ ରକ୍ତଶ୍ରାବ ହୋଇ ମୃତ୍ୟୁ ହୋଇଥାଏ । ତେଣୁ ଗାଡ଼ିର ବେଗ କମ ରଖିବା ପାଇଁ ଯେଉଁ ସଡ଼କରେ ବେଙ୍ଗମାନେ ଅଧିକ ଯାତାୟାତ କରନ୍ତି ସେହି ସଡ଼କ ମାନଙ୍କର ନାଁ ବେଙ୍ଗ ମାନଙ୍କ ନାମରେ ନାମିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.