ବ୍ରୁସେଲ୍ସ: ସ୍ପେନରେ ଜାରି ରହିଥିବା କ୍ବାରେଣ୍ଟାଇନ କଟକଣାକୁ ଅବମାନନା କରିବାରୁ ଭାରିମାତ୍ରାର ତଣ୍ଡ ଗଣିଛନ୍ତି ବେଲଜିୟମର ଯୁବରାଜ । ବେଲଜିୟମରୁ ସ୍ପେନ ଆସି ସେ 14 ଦିନିଆ କ୍ବାରେଣ୍ଟାଇନ ନିୟମ ମାନିବା ବଦଳରେ ସ୍ଥାନୀୟ ଏକ ପାର୍ଟିରେ ଯୋଗଦାନ କରିଥିଲେ । ଏହାପରେ ସେ କୋରୋନା ପଜିଟିଭ ଚିହ୍ନଟ ମଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ତାଙ୍କଠାରୁ 10,400 ୟୁରୋ ବା 11,800 ଡଲାରର ଫାଇନ ଚାର୍ଜ କରିଛନ୍ତି ସ୍ପେନ ସରକାର ।
ସ୍ପେନ ଆସିଥିବା ବେଲଜିୟମ ରାଜା ଫିଲିପିଙ୍କ ପୁତୁରା ତଥା ରାଜଗାଦିର 10ମ ଆଶାୟୀ ଯୁବରାଜ ଜ୍ୟାକୋମ ବୁଧବାର ତଣ୍ଡ ଗଣିବାକୁ ବାଧ୍ୟ ହୋଇଥିଲେ । ଏନେଇ ସେ 14 ଦିନିଆ କ୍ବାରେଣ୍ଟାଇନ ନିୟମ ମାନିନଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ନିୟମ ଅବମାନନା କରିଥିବାରୁ ତାଙ୍କୁ ଆଗାମୀ 15 ଦିନ ମଧ୍ୟରେ ଏହି ଅର୍ଥ ରାଶି ଭରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି । ଯଦି 15 ଦିନ ମଧ୍ୟରେ ସେ ଏହି ଅର୍ଥ ଦେବାକୁ ରାଜି ହୁଅନ୍ତି ତେବେ ତାଙ୍କ ପାଇଁ ତଣ୍ଡର ମୂଲ୍ୟ ଅଧା କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।
ସୂଚନା ମୁତାବକ ଏକ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଯୁବରାଜ ଜଣଙ୍କ ମେ 24ରେ ସ୍ପେନ ଆସି ପହଞ୍ଚିଥିଲେ । ହେଲେ କ୍ବାରେଣ୍ଟାଇନରେ ରହିବା ବଦଳରେ ମାତ୍ର 2 ଦିନ ପରେ ସେ ଏକ ପାର୍ଟିରେ ଯୋଗ ଦେଇଥିଲେ । ତେବେ ନିୟମ ଅବମାନନା କରିଥିବାରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।
@IANS