ETV Bharat / international

ସହଯୋଗୀଙ୍କ ନିୟମ ଭଙ୍ଗ ପଡିଲା ବୋରିଶଙ୍କୁ ମହଙ୍ଗା, ଖସିଲା ଅନୁମୋଦନ ରେଟିଂ - ୟୁକେରେ ଅନୁମୋଦନ ରେଟିଂ

ୟୁକେ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଅନୁମୋଦନ ରେଟିଂ ଗତ କିଛି ଦିନ ମଧ୍ୟରେ କମି ନକାରାତ୍ମକ ସଂଖ୍ୟାରେ ପହଞ୍ଚିଛି । ଅପ୍ରତ୍ୟାଶିତ ଭାବେ ଗତ କିଛି ଦିନ ହେବ ବୋରିଶ ଜନସନଙ୍କ ସହଯୋଗୀ ଲକଡାଉନ ନିୟମ ଭାଙ୍ଗିଥିବା ଚର୍ଚ୍ଚା ଚାଲିଥିବା ବେଳେ ଏହା ତାଙ୍କ ଅନୁମୋଦନ ରେଟିଂ ଉପରେ ପ୍ରଭାବ ଦେଖାଇଛି ।

boris johnson, boris johnson's approval rating, approval rating, approval rating in uk, ବୋରିଶ ଜନଶନଙ୍କ ଅନୁମୋଦନ ରେଟିଂ, ଅନୁମୋଦନ ରେଟିଂ, ୟୁକେରେ ଅନୁମୋଦନ ରେଟିଂ, ବୋରିଶ ଜନଶନ
ସହଯୋଗୀଙ୍କ ନିୟମ ଭଙ୍ଗ ପଡିଲା ବୋରିଶଙ୍କୁ ମହଙ୍ଗା, ଖସିଲା ଅନୁମୋଦନ ରେଟିଂ
author img

By

Published : May 27, 2020, 12:40 AM IST

ଲଣ୍ଡନ: ୟୁକେ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଅନୁମୋଦନ ରେଟିଂ ଗତ କିଛି ଦିନ ମଧ୍ୟରେ କମି ନକାରାତ୍ମକ ସଂଖ୍ୟାରେ ପହଞ୍ଚିଛି । ଅପ୍ରତ୍ୟାଶିତ ଭାବେ ଗତ କିଛି ଦିନ ହେବ ବୋରିଶ ଜନସନଙ୍କ ସହଯୋଗୀ ଲକଡାଉନ ନିୟମ ଭାଙ୍ଗିଥିବା ଚର୍ଚ୍ଚା ଚାଲିଥିବା ବେଳେ ଏହା ତାଙ୍କ ଅନୁମୋଦନ ରେଟିଂ ଉପରେ ପ୍ରଭାବ ଦେଖାଇଛି । 4 ଦିନ ତଳେ ତାଙ୍କର ଅନୁମୋଦନ ରେଟିଂ +19 ରହିଥିବା ବେଳେ ମଙ୍ଗଳବାର ଏହା -1ରେ ପହଞ୍ଚିଛି ।

କୋରୋନା ଭୂତାଣୁ ଡାଟା ହ୍ୟାକର ‘ସାଭାନ୍ତା’ ଦେଶରେ କୋରୋନା ପ୍ରତି ଲୋକଙ୍କ ପ୍ରତିକ୍ରିୟାର ରେକର୍ଡ ରଖୁଥିବା ବେଳେ ଏହା 4 ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ରେଟିଂକୁ +19 ଦର୍ଶାଇଥିଲା । ହେଲେ ବୋରିଶଙ୍କ ଘନିଷ୍ଠ ସହଯୋଗୀ ଡୋମିନିକ କ୍ୟୁମିଙ୍ଗଙ୍କ ଲକଡାଉନ ନିୟମ ଇଲଙ୍ଘନ ବିବାଦ ମୁଣ୍ଡ ଟେକିବାରୁ ଏହାର ପ୍ରଭାବ ବୋରିଶଙ୍କ ଉପରେ ଦେଖିବାକୁ ମିଳିଛି ।

ଆଶ୍ଚର୍ଯ୍ୟର କଥା ଯେ, ବୋରିଶଙ୍କ ଅନୁମୋଦନ ରେଟିଂ ବର୍ତ୍ତମାନ ଦେଶର ସାଧାରଣ ଜନତାଙ୍କ ରେଟିଂଠାରୁ ବି କମ ରହିଥିବା ଜମା ପଡିଛି । ଏପରିକି ଶ୍ରମ ବିଭାଗ ମୁଖ୍ୟ କୈର ଷ୍ଟାର୍ମରଙ୍କ ଅନୁମୋଦନ ରେଟିଂ 12 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଚାନ୍ସେଲର ରିଶି ସୁନାକଙ୍କ ଅନୁମୋଦନ ରେଟିଂ 35 ପ୍ରତିଶତରୁ 20 ପ୍ରତିଶତକୁ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.