ETV Bharat / international

ବ୍ରିଟେନରେ ଟୀକାକରଣ ଆରମ୍ଭ, 90 ବର୍ଷୀୟ ମହିଳାଙ୍କୁ ଦିଆଗଲା ଫାଇଜରର ପ୍ରଥମ ଡୋଜ୍‌

ବ୍ରିଟେନରେ ଆରମ୍ଭ ହୋଇଛି ଟୀକାକରଣ । ତେବେ ଉତ୍ତର ଆୟାରଲାଣ୍ଡ୍‌ର ଜଣେ 90 ବର୍ଷୀୟ ମହିଳାଙ୍କୁ ଦିଆଯାଇଛି ଫାଇଜର ଭ୍ୟାକ୍ସିନର ପ୍ରଥମ ଡୋଜ । ଅଧିକ ପଢନ୍ତୁ...

ବ୍ରିଟେନରେ ଟୀକାକରଣ ଆରମ୍ଭ, 90 ବର୍ଷୀୟ ମହିଳାଙ୍କୁ ଦିଆଗଲା ଫାଇଜରର ପ୍ରଥମ ଡୋଜ୍‌
ବ୍ରିଟେନରେ ଟୀକାକରଣ ଆରମ୍ଭ, 90 ବର୍ଷୀୟ ମହିଳାଙ୍କୁ ଦିଆଗଲା ଫାଇଜରର ପ୍ରଥମ ଡୋଜ୍‌
author img

By

Published : Dec 8, 2020, 3:25 PM IST

ଲଣ୍ଡନ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା । ଏହି ଭାଇରସକୁ ପ୍ରତିହତ କରିବା ପାଇଁ କେବଳ ଏକମାତ୍ର ଆଶା ହେଉଛି ଭ୍ୟାକ୍ସିନ । ଏହାରି ମଧ୍ୟରେ ବ୍ରିଟେନରେ ଆରମ୍ଭ ହୋଇଛି ଟୀକାକରଣ । ତେବେ ଉତ୍ତର ଆୟାରଲାଣ୍ଡ୍‌ର ଜଣେ 90 ବର୍ଷୀୟ ମହିଳାଙ୍କୁ ଦିଆଯାଇଛି ଫାଇଜର ଭ୍ୟାକ୍ସିନର ପ୍ରଥମ ଡୋଜ । ଏହି ମହିଳା ଜଣଙ୍କ ଫାଇଜର ଓ ବାୟୋଏନଟେକ କୋଭିଡ ଭ୍ୟାକ୍ସିନ ନେବାରେ ବିଶ୍ବର ପ୍ରଥମ ବ୍ୟକ୍ତି ଭାବରେ ରେକର୍ଡ ସୃଷ୍ଟି କରିଛନ୍ତି ।

ଉତ୍ତର ଆୟାରଲାଣ୍ଡର 90 ବର୍ଷୀୟ ମହିଳା ମାଗରିଟ କିନନଙ୍କୁ ବିଶ୍ବର ପ୍ରଥମ କୋରୋନା ଭ୍ୟାକ୍ସିନ ଦିଆଯାଇଛି । କୋଭେଣ୍ଟ୍ରି ୟୁନିଭର୍ସିଟି ହସ୍ପିଟାଲରେ କୋରୋନା ଟୀକା ଗ୍ରହଣ କରିଥିବା ଏନିସ୍କିଲିନ ନିବାସୀ ମାଗରିଟ କିନନ କହିଛନ୍ତି ।

ୟୁକେର 80 ବର୍ଷରୁ ଉର୍ଦ୍ଧ୍ବ ବ୍ୟାକ୍ତିଙ୍କ ସମେତ କିଛି ସ୍ବାସ୍ଥ୍ୟକର୍ମୀଙ୍କ ଟୀକାକରଣ କରାଯିବ । ସମସ୍ତଙ୍କ ଜୀବନକୁ ପୂର୍ବଭଳି ସାମାନ୍ୟ କରିବା ଏହାର ଲକ୍ଷ ରହିଛି । ସେପଟେ ବିଶ୍ବର ପ୍ରଥମ କୋରୋନା ଭ୍ୟାକ୍ସିନ ନେଇ କିନନ କହିଛନ୍ତି, ବିଶ୍ବର ପ୍ରଥମ କୋଭିଡ ଭ୍ୟାକ୍ସିନ ନେଇ ମୁଁ ବିଶେଷାଧିକାର ଅନୁଭବ କରୁଛି । ଏହା ମୋ ପାଇଁ ଜନ୍ମଦିନ । ତେବେ ସ୍ବାସ୍ଥ୍ୟକର୍ମୀମାନେ ବହୁତ ଯତ୍ନ ନେଇଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.