ETV Bharat / international

ବିଶ୍ବରେ 6.2 ନିୟୁତ କୋରୋନା ଆକ୍ରାନ୍ତ - america

ଗତ 24 ଘଣ୍ଟା ମଧ୍ୟରେ ବିଶ୍ବରେ 93 ହଜାରରୁ ଅଧିକ କୋରୋନା ଭୂତାଣୁ ମାମଲା ରିପୋର୍ଟ ହୋଇଛି । ସେହିପରି ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 6.2 ନିୟୁତରୁ ଅଧିକ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ନିଜର ରିପୋର୍ଟରେ ପ୍ରକାଶ କରିଛି । ଅଧିକ ପଢନ୍ତୁ...

ବିଶ୍ବରେ 6.2 ନିୟୁତ କୋରୋନା ଆକ୍ରାନ୍ତ
ବିଶ୍ବରେ 6.2 ନିୟୁତ କୋରୋନା ଆକ୍ରାନ୍ତ
author img

By

Published : Jun 4, 2020, 7:33 AM IST

ଜେନିଭା: ଗତ 24 ଘଣ୍ଟା ମଧ୍ୟରେ ବିଶ୍ବରେ 93 ହଜାରରୁ ଅଧିକ କୋରୋନା ଭୂତାଣୁ ମାମଲା ରିପୋର୍ଟ ହୋଇଛି । ସେହିପରି ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 6.2 ନିୟୁତରୁ ଅଧିକ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ନିଜର ରିପୋର୍ଟରେ ପ୍ରକାଶ କରିଛି । ବିଶ୍ବସ୍ତରରେ ମାମଲା 62 ଲକ୍ଷ 87ହଜାର 7ଶହ 71ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 3ଲକ୍ଷ 79ହଜାର 9ଶହ 41 ରହିଛି ।

କୋରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ଅଧିକ ପ୍ରଭାବିତ ହୋଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 29ଲକ୍ଷ 49ହଜାର 4ଶହ 55 ରହିଛି । ସେହିପରି 1ଲକ୍ଷ 65ହଜାର 3ଶହ 11 ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୁଧବାର ହାଇଡ୍ରୋକ୍ସିକ୍ଲୋରୋକୁଇନ ପରୀକ୍ଷାକୁ ପୁନଃଆରମ୍ଭ କରିଛି ।

COVID-19 ସଲିଡାରିଟି ଟ୍ରାଏଲ୍ ଡାଟା ସେଫଟି ଓ ମନିଟରିଂ କମିଟି ପରାମର୍ଶ ଅନୁଯାୟୀ, ଟ୍ରାଏଲ୍ ପ୍ରୋଟୋକଲ୍ ପରିବର୍ତ୍ତନ କରିବାର କୌଣସି କାରଣ ନାହିଁ । କାର୍ଯ୍ୟନିର୍ବାହୀ ଗୋଷ୍ଠୀ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର ଓ ଅନ୍ୟ ଟ୍ରାଏଲ ଗୁଡିକୁ ଜାରି ରଖିବାକୁ ସମର୍ଥନ କରିଛନ୍ତି ।’ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଡାନୋମ ଘେବ୍ରିୟେସସ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ 11ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନା ଭାଇରସ ରୋଗକୁ ମହାମାରୀ ଘୋଷଣା କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.